ଚେନ୍ନାଇ: ଜଣେ ଅଧସ୍ଥନ ମହିଳା ଅଧିକାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ତାମିଲନାଡୁର ଏକ ଅଦାଲତ ଶୁକ୍ରବାର ପୂର୍ବତନ ସ୍ପେଶାଲ ପୁଲିସ ଡିଜି ରାଜେଶ ଦାସଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୩ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ଅଦାଲତ ତାଙ୍କ ଉପରେ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି ।
ଏହାବ୍ୟତୀତ ମହିଳା ଅଧିକାରୀଙ୍କୁ ଏତଲା ଦାଏରରୁ ଅଟକାଇଥିବା ଅଭିଯୋଗରେ ଆଉ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ୫୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୨୧ ଫେବୃଆରୀରେ ମହିଳା ଅଧିକାରୀଜଣକ ଏହି ମାମଲା ରୁଜୁ କରିଥିଲେ ।