31.1 C
Bhubaneswar
Friday, October 18, 2024
Homeଖେଳଅକ୍ଟୋବର ୧୫ରେ ଭାରତ-ପାକ୍‌ ମୁକାବିଲା

ଅକ୍ଟୋବର ୧୫ରେ ଭାରତ-ପାକ୍‌ ମୁକାବିଲା

ନୂଆଦିଲ୍ଲୀ : ଦିନିକିଆ ହେଉ ବା ଟ୍ବେଣ୍ଟି-୨୦; ଭାରତ-ପାକିସ୍ତାନ ମୁକାବିଲା କଥା ଆସିଲେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥାଏ। ସେମାନଙ୍କ ଅପେକ୍ଷା ଅକ୍ଟୋବର ୧୫କୁ। ଏହିଦିନ ଅହମ୍ମଦାବାଦରେ ବିଶ୍ବର ସର୍ବବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସମ୍ମୁଖରେ ଭାରତ-ପାକିସ୍ତାନ ବିଶ୍ବକପ୍‌ ମୁକାବିଲା ହେବ।

ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଆଇସିସି ପକ୍ଷରୁ ଏହି ବିଶ୍ବକପ୍‌ର ସମ୍ଭାବ୍ୟ ଖେଳସୂଚୀ ପ୍ରସ୍ତୁତ ହୋଇଛି। ଔପଚାରିକ ଭାବେ ଏହା ଘୋଷଣା ହୋଇନଥିଲେ ମଧ୍ୟ ଏହା ପ୍ରାୟ ଚୂଡ଼ାନ୍ତ ବୋଲି ଏକ ଗଣମାଧ୍ୟମ ଦାବିକରିଛି। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗନେବେ। ଏଥର ନୂଆ ଫର୍ମାଟରେ ବିଶ୍ବକପ୍‌ ଆୟୋଜନ ହେଉଛି। ରାଉଣ୍ଡ ରବିନ୍ ଲିଗ୍‌ରେ ସମସ୍ତ ଦଳ ପରସ୍ପର ବିରୋଧରେ; ଏହିପରି ମୋଟ ୯ଟି ମ୍ୟାଚ୍‌ ଖେଳିବେ। ଲିଗ୍‌ ପର୍ଯ୍ୟାୟର ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking