ଭୁବନେଶ୍ୱର: ମା କୁ ମାରି ଟ୍ରଲି ବ୍ୟାଗରେ ପୂରାଇ ଥାନାକୁ ନେଲା ଝିଅ । ମା ର ମୃତଦେହ ସହ ବେଙ୍ଗାଲୁରୁ ମାଇକୋ ଥାନାରେ ଆତ୍ମସର୍ମଣ କଲା । ଘରୋଇ କଳିରୁ ଉଭୟଙ୍କ ମଧ୍ୟରେ ଝଗଡାରୁ ମା କୁ ହତ୍ୟା କଲା ଝିଅ । ୩୯ ବର୍ଷିୟା ଝିଅ ମା କୁ ନିଦ ବଟିକା ଖୁଆଇ ପ୍ରଥମେ ଅଚେତ କରିଥିଲା । ପରେ ମୁହଁକୁ ଟାୱେଲରେ ଚାପି ମାରିବା ପରେ ଥାନାକୁ ନେଇଥିଲା ।