27.1 C
Bhubaneswar
Saturday, October 19, 2024
Homeଓଡିଶାମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

ମହାପ୍ରଭୁଙ୍କ ପାଇଁ ଆସିଲା ଫଳ ଭାର

ପୁରୀ: ଜ୍ୱରରେ ପୀଡ଼ିତ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହୋଇଛନ୍ତି । ଆଜି ଅନବସରର ନବମୀ ତିଥିରେ ମହାପ୍ରଭୁଙ୍କ ପାଇଁ ଆସିଛି ଫଳ ଭାର । ଷଷ୍ଠୀ ତିଥିରୁ ସୁଦ୍ଧ ସୁଆରଙ୍କ ଘରୁ ଆସିଥିବା ଓଷ ମହାପ୍ରଭୁଙ୍କୁ ଲାଗି କରାଯାଉଛି । ଆଜି ଓଷ ଲାଗିର ଅନ୍ତିମ ଦିବସ । ଆସନ୍ତାକାଲି ମହାପ୍ରଭୁଙ୍କ ଚକା ବିଜେ କରାଯିବ । ପବିତ୍ର ଦେବସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ସୁବାସିତ ଜଳ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା ଚାଲିଛି ।

ଶ୍ରୀବିଗ୍ରହଙ୍କ ଓଦା ଲୁଗା ଓ ଲାଗି, ଶ୍ରୀଅଙ୍ଗ ଫିଟା ପରେ ପଞ୍ଚମୀ ତିଥିରେ ଫୁଲୁରି ତେଲ ଶ୍ରୀଅଙ୍ଗରେ ଲାଗି ପରେ ଷଷ୍ଠୀରୁ ଚାଲିଛି ଓଷ ଲାଗି । ଆସନ୍ତା କାଲି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ସେହିପରି ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ କରାଯିବ । ଏହା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନବଯୌବନ ରୂପରେ ଦର୍ଶନ ଦେବା ସହ ଭକ୍ତଙ୍କ ଗହଣରେ ରଥାରୂଢ଼ ହୋଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯିବେ ।

ଆଜି ଅନବସରର ନବମୀ ତିଥିରେ ପ୍ରାଚୀ ନଦୀ ତଟ ଦେଉଳି ମଠ, ବିଶ୍ୱାମିତ୍ର ମଠ ଓ ପୁରୀ ହାତୀ ଆଖଡ଼ା ମଠ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ଫଳ ଭାର ଆସିଛି । ପ୍ରଭୁ ହନୁମାନଜୀ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବାବେଳେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ଥିବା ଜାଣି ଅଣସର ସମୟରେ ବିଭିନ୍ନ ପ୍ରକାର ଫଳ ଭାର ନେଇ ଆସିଥିଲେ ।

ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଦୀର୍ଘ ବର୍ଷ ହେବ ହାତୀ ଆଖଡ଼ା ମଠ ପକ୍ଷରୁ ଅଣସର ନବମୀ ତିଥିରେ କଦଳୀ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳମୂଳ ନେଇ ପୁରୀରେ ଶ୍ରୀଜିଉମାନଙ୍କୁ ଦିଆଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking