27.1 C
Bhubaneswar
Saturday, October 19, 2024
Homeଖେଳଟିମ୍ ଇଣ୍ଡିଆ ଓ ଗିଲ୍‌ଙ୍କୁ ଜୋରିମାନା

ଟିମ୍ ଇଣ୍ଡିଆ ଓ ଗିଲ୍‌ଙ୍କୁ ଜୋରିମାନା

ଦୁବାଇ: ରବିବାର ଲଣ୍ଡନର କେନିଙ୍ଗଟନ୍ ଓଭାଲ୍‌ଠାରେ ଶେଷ ହୋଇଥିବା ଡବ୍‌ଲ୍ୟୁଟିସି ଫାଇନାଲ୍‌ରେ ମନ୍ଥର ଓଭର୍ ରେଟ୍ ପାଇଁ ଟିମ୍ ଇଣ୍ଡିଆକୁ ତା’ର ମ୍ୟାଚ୍ ଫି’ ହରାଇବାକୁ ପଡ଼ିଛି । ସେହିପରି କ୍ୟାମେରନ୍ ଗ୍ରୀନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିବା ଭାରତୀୟ ଓପନର ଶୁବମାନ ଗିଲ୍ ଅମ୍ପାୟାର୍‌ଙ୍କ ନିଷ୍ପତ୍ତିକୁ ସୋସିଆଲ୍ ମିଡିଆରେ ସମାଲୋଚନା କରିଥିବାରୁ ତାଙ୍କ ଉପରେ ମ୍ୟାଚ୍ ଫି’ର ୧୫ ପ୍ରତିଶତ ଜୋରିମାନା ହୋଇଛି ।

ଏହାଛଡ଼ା ମନ୍ଥର ଓଭର୍ ରେଟ୍ ପାଇଁ ଅଷ୍ଟ୍ରେଲିଆ ଟିମ୍‌କୁ ମ୍ୟାଚ୍ ଫି’ର ୮୦ ପ୍ରତିଶତ ହରାଇବାକୁ ପଡ଼ିଛି । ଆଇସିସି ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ମ୍ୟାଚ୍‌ରେ ଭାରତ ନିର୍ଦ୍ଧାରିତ ସମୟ ମଧ୍ୟରେ ୫ ଓଭର୍ କମ୍ ପକାଇଥିବା ବେଳେ ଅଷ୍ଟ୍ରେଲିଆ ୪ ଓଭର୍ କମ୍ ବୋଲିଂ କରିଥିଲା । ଏହା ଆଇସିସି ଆଚରଣ ସଂହିତାର ଧାରା ୨.୨୨ର ଉଲ୍ଲଙ୍ଘନ ହୋଇଥିବାରୁ ଟିମ୍ ଉପରେ ପ୍ରତି ଓଭର୍ ପାଇଁ ମ୍ୟାଚ୍ ଫି’ର ୨୦ ପ୍ରତିଶତ ଜୋରିମାନା କରାଯାଇଛି ।

ଗିଲ୍ ଇନଷ୍ଟାଗ୍ରାମ୍ ଓ ଟ୍ୱିଟର୍‌ରେ ଗ୍ରୀନ୍ କ୍ୟାଚ୍ ନେଉଥିବା ସମୟର ଏକ ଫଟୋ ଅପଲୋଡ୍ କରିଥିଲେ । ଏହାକୁ ଅଷ୍ଟ୍ରେଲିଆର ଦୁଇ ଜଣ ପୂର୍ବତନ କ୍ରିକେଟର୍ ରିକି ପଣ୍ଟିଂ ଓ ଜଷ୍ଟିନ୍ ଲାଙ୍ଗର୍ କଡ଼ା ସମାଲୋଚନା କରିବା ସହ ଏପରି ପୋଷ୍ଟ୍ କରି ଗିଲ୍ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତାଙ୍କର ଅନଭିଜ୍ଞତାର ପରିଚୟ ଦେଇଥିବା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking