14.1 C
Bhubaneswar
Saturday, January 11, 2025
Homeଓଡିଶାକର୍ଣ୍ଣାଟକରେ ‘ଶକ୍ତି’ ଯୋଜନା ଶୁଭାରମ୍ଭ ବେଳେ ବସ୍‌ ଚଳାଇଲେ ‘କେଜିଏଫ୍‌’ ବିଧାୟିକା ରୂପକଳା

କର୍ଣ୍ଣାଟକରେ ‘ଶକ୍ତି’ ଯୋଜନା ଶୁଭାରମ୍ଭ ବେଳେ ବସ୍‌ ଚଳାଇଲେ ‘କେଜିଏଫ୍‌’ ବିଧାୟିକା ରୂପକଳା

ନୂଆଦିଲ୍ଲୀ: ରବିବାର ଦିନ କର୍ଣ୍ଣାଟକରେ ମହିଳାମାନଙ୍କ ପାଇଁ ମାଗଣା ବସ୍‌ ସେବା (ଶକ୍ତି ଯୋଜନେ) ଶୁଭାରମ୍ଭ ସମୟରେ ‘କୋଲାର୍‌ ଗୋଲ୍‌ଡ୍‌ ଫିଲଡ୍‌ସ୍‌’ର (କେଜିଏଫ୍‌) ବିଧାୟିକା ରୂପକଳା ‘କେରଳ ରାଜ୍ୟ ସଡ଼କ ପରିବହନ ନିଗମ’ର ଗୋଟାଏ ବସ୍‌ ଚଳାଇଥିଲେ।ଏହି ସରକାରୀ ବସ୍‌ ସେବାକୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡି. କେ. ଶିବକୁମାର ଶୁଭାରମ୍ଭ କରିଥିଲେ।

ସଂଗୃହୀତ ରିପୋର୍ଟ ଅନୁସାରେ, ‘କେଜିଏଫ୍‌ ମୁନିସ୍‌ପାଲ୍‌ କାଉନ୍‌ସିଲ୍‌’ର ଜଣେ ସଦସ୍ୟ ବାଧ୍ୟ କରିବାରୁ ବିଧାୟିକା ରୂପକଳା ଉକ୍ତ ବସ୍‌ ଚଳାଇଥିଲେ। ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଏହି ଘଟଣାର ଭିଡିଓରେ ଦେଖାଯାଉଛି ଯେ, ଡ୍ରାଇଭର୍‌ ସିଟ୍‌ ପାଖରେ ଠିଆ ହୋଇଥିବା ବସ୍‌ର ପ୍ରକୃତ ଡ୍ରାଇଭର୍‌ ଗିଅର୍‌ ବଦଳାଇବାରେ ବିଧାୟିକାଙ୍କୁ ସାହାଯ୍ୟ କରୁଛନ୍ତି। ବିଧାୟିକା ରୂପକଳା ପ୍ରାୟ ୧୦୦ ମିଟର୍‌ ପର୍ଯ୍ୟନ୍ତ ଉକ୍ତ ବସ୍‌ଟିକୁ ଚଳାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking