24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶସ୍ୱିଡେନ୍‌ରେ ରୁଷ୍ ଯୁଦ୍ଧ ବିମାନର ଅନୁପ୍ରବେଶ ରୋକିଲା ବ୍ରିଟେନ୍‌

ସ୍ୱିଡେନ୍‌ରେ ରୁଷ୍ ଯୁଦ୍ଧ ବିମାନର ଅନୁପ୍ରବେଶ ରୋକିଲା ବ୍ରିଟେନ୍‌

ଲଣ୍ଡନ: ବ୍ରିଟେନ୍‌ର ରୟାଲ୍ ଏୟାର୍ ଫୋର୍ସ (ଆର୍‌ଏଏଫ୍‌) ସ୍ୱିଡେନ୍‌ରେ ରୁଷର ଦୁଇଟି ଯୁଦ୍ଧ ବିମାନର ଅନୁପ୍ରବେଶକୁ ରୋକିଛି । ରୟାଲ୍ ଏୟାର୍‌ଫୋର୍ସ ୨୪ ଘଣ୍ଟା ମଧ୍ୟରେ ଦୁଇଥର ନିଜ ଏୟାର୍‌କ୍ରାଫ୍ଟ ପଠାଇ ରୁଷ୍ ଯୁଦ୍ଧ ବିମାନକୁ ନାଟୋର ଆକାଶ ସୀମାରେ ଇଣ୍ଟରସେପ୍ଟ କରିଛି । ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର କହିଛି, ରୁଷର ଫାଇଟର୍ ଜେଟ୍ ନାଟୋ ଏବଂ ସ୍ୱିଡେନ୍‌ର ଆକାଶ ସୀମା ନିକଟରେ ଉଡ଼ୁଥିଲା ।

ଏଥିରେ ଶତ୍ରୁ ଉପରେ ନଜର ରଖିବା ପାଇଁ ନିୟୋଜିତ ଆଇଏଲ୍‌-୨୦ ଏୟାର୍‌କ୍ରାଫ୍ଟ ଓ ସୁଖୋଇ-୨୭ ଫାଇଟର୍ ଜେଟ୍ ସାମିଲ ଥିଲେ । ସୂଚନା ମିଳିବା ପରେ ଏହାକୁ ରୋକିବା ନିମନ୍ତେ ନିଜର ଟାଇକୁନ୍ ଯୁଦ୍ଧ ବିମାନ ପଠାଇଥିବା ଆର୍‌ଏଏଫ୍ ପକ୍ଷରୁ କୁହାଯାଇଛି । ଆର୍‌ଏଫ୍ କହିଛି ଏହାର କିଛି ସମୟ ପରେ ରୁଷର ଟିୟୁ-୨୨ ଏମ୍ ବମ୍ବର୍ ଏବଂ ସୁଖୋଇ-୨୦ ଯୁଦ୍ଧ ବିମାନ ଫିନ୍‌ଲାଣ୍ଡ୍ ଗଲ୍‌ଫ୍ ଏବଂ ବାଲ୍‌ଟିକ୍ ସାଗର ଉପରେ ଦେଖିବାକୁ ମିଳିଥିଲା ।

ଏହାପରେ ଏହାକୁ ରୋକିବା ନିମନ୍ତେ ଆର୍‌ଏଏଫ୍ ପୁଣିଥରେ ନିଜର ଜେଟ୍ ପଠାଇଥିଲା । ମିଡିଆ ରିପୋର୍ଟ ଅନୁସାରେ ରୁଷ୍ ଯୁଦ୍ଧ ବିମାନକୁ ରୋକିବା ନିମନ୍ତେ ଫିନ୍‌ଲାଣ୍ଡ, ସ୍ୱିଡେନ୍‌, ପର୍ତ୍ତୁଗାଲ୍ ଓ ରୋମାନିଆ ମଧ୍ୟ ନିଜ ନିଜର ଏୟାର୍‌କ୍ରାଫ୍‌ଟ ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking