16.1 C
Bhubaneswar
Friday, January 10, 2025
Homeଦେଶ ବିଦେଶରେସଲରଙ୍କ ଆନ୍ଦୋଳନ ପ୍ରସଙ୍ଗ; ମିଥ୍ୟା ମାମଲା ରୁଜୁ କରିଛନ୍ତି ନାବାଳିକାଙ୍କ ପିତା

ରେସଲରଙ୍କ ଆନ୍ଦୋଳନ ପ୍ରସଙ୍ଗ; ମିଥ୍ୟା ମାମଲା ରୁଜୁ କରିଛନ୍ତି ନାବାଳିକାଙ୍କ ପିତା

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ମହାସଂଘ (ଡବ୍‌ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍ ଭୂଷଣ ଶରନ୍ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ପୁଲିସ୍‌ରେ ଜଣେ ନାବାଳିକାଙ୍କ ସମେତ ୭ ଜଣ ରେସଲର୍ ମାମଲା ରୁଜୁ କରିଥିଲେ । ଏହି ମାମଲାର ପୁଲିସ୍ ତଦନ୍ତ ଜାରି ରହିଥିବା ବେଳେ ଗୁରୁବାର ନାବାଳିକା ରେସଲରଙ୍କ ପିତା ମିଥ୍ୟା ମାମଲା ରୁଜୁ କରିଥିବା କହିଛନ୍ତି । ଫଳରେ ଏହି ମାମଲା ଏବେ ନୂଆ ମୋଡ଼ ନେଇଛି ।

ନାବାଳିକାଙ୍କ ପିତା କହିଛନ୍ତି ଯେ ୨୦୧୭ରେ ଏକ ଟ୍ରାଏଲ୍‌ରେ ତାଙ୍କ ଝିଅ ରେଫରିଙ୍କ ଭୁଲ୍ କାରଣରୁ ଜାତୀୟ ଟିମ୍‌ରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଥିଲେ । ଏଥିସକାଶେ ସେ ବ୍ରିଜ୍ ଭୂଷଣଙ୍କୁ ଦାୟୀ କରିବା ସହ ତାଙ୍କ ବିରୋଧରେ ପ୍ରତିଶୋଧ ନେବାକୁ ମନସ୍ଥ କରିଥିଲେ । ଏଥିପାଇଁ ସେ ଶ୍ରୀ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲେ । ତେବେ ୨୦୧୭ ଟ୍ରାଏଲ୍‌ର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ସରକାର ପ୍ରତିଶ୍ରୁତି ଦେଇଥିବାରୁ ଏବେ ସେ ତାଙ୍କ ଭୁଲ୍ ସୁଧାରିନେଇଥିବା ନାବାଳିକାଙ୍କ ପିତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking