ଭୋପାଳ: ବାଟେ ବାଟେ ଯାଉଥିଲା ବୋଲେରୋ । ଅଚାନକ ଘଟିଲା ଦୁର୍ଘଟଣା । ଦ୍ରୁତ ବେଗରେ ଆସୁଥିବା ଟ୍ରକ ନିୟନ୍ତ୍ରଣ ହରାଇ ବୋଲେରୋକୁ ଚାପି ଦେଲା । ଫଳରେ ଭୟଙ୍କର ସଡକ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି ।
ମଧ୍ୟ ପ୍ରଦେଶର ସିଦ୍ଧି ଜିଲ୍ଲା ଘଟିଛି ଏହି ଦୁର୍ଘଟଣା । ସିଦ୍ଧି ଅଭିମୁଖେ ଯାଉଥିବା ବୋଲେରୋ ଉପରେ ଟ୍ରକ ପଡିଯିବାରୁ ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁଥିବା ଜଣାପଡିଛି । ଟ୍ରକ ଚାଳକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।