19.1 C
Bhubaneswar
Friday, January 10, 2025
Homeଓଡିଶାଦେବସ୍ନାନ ପୁର୍ଣିମା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଦେବସ୍ନାନ ପୁର୍ଣିମା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ : ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ସେବାୟତ ମାନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି । ଆଜି ପୁରୀ ଏସପିଙ୍କ ସହ ଦଇତାପତି ନିଯୋଗର ବୈଠକ ହୋଇଥିଲା । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିଭିନ୍ନ ସେବାୟତ ନିଯୋଗ ସହ ଶୃଙ୍ଖଳିତ ନୀତି ନେଇ ବୈଠକ କରିଥିଲେ । ଜୁନ ୪ ଅର୍ଥାତ୍ ଆଉ ମାତ୍ର ଦୁଇ ଦିନ ପରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ସହ ଦୁର୍ଲଭ ହାତୀବେଶ ।

ଏଥି ପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ଆଜି ଦଇତାପତି ନିଯୋଗ ସହ ଏସପି ବୈଠକ କରିଥିଲେ । ଉକ୍ତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡା଼ ଓ ସୁନାବେଶକୁ ସୁରୁଖୁରୁରେ ସମ୍ପାଦନ ନେଇ ଆଲୋଚନା ହୋଇଥିଲା । ତେବେ ଅବରୋଧମୁକ୍ତ ଓ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଏସପି କେ.ବିଶାଲ ସିଂହ ସୂଚନା ଦେଇଥିଲେ । ସେପଟେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ସ୍ନାନପୂର୍ଣ୍ଣିମାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ସମ୍ୱନୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଭିତର ସେବାୟତ ନିଯୋଗ, ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ମହାପ୍ରଭୁଙ୍କ ସ୍ନାନ ପୁର୍ଣିମା ନୀତି କୁ ଶୃଙ୍ଖଳିତ କରିବା ଉପରେ ଆଲୋଚନା କରିଥିଲେ । ବିଶେଷ କରି ପହଣ୍ଡି କିଭଳି ଠିକ୍ ଭାବେ ହେବ, ହାତୀବେଶ ଅକ୍ଷୁର୍ଣ୍ଣ ରହିବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ଅନ୍ୟପଟରେ ସ୍ନାନପୂର୍ଣ୍ଣମୀ ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ସ୍ଥିତିର ସମୀକ୍ଷା କରିଥିଲେ ଜିଲ୍ଲାପାଳ ସମର୍ଥ ବର୍ମା ।

ଏଥି ସହ ୩ ଓ ୪ ତାରିଖରେ ବଡ଼ଦାଣ୍ଡରେ ବନ୍ଦ ରହିବ ଉଠାଦୋକାନ । ସ୍ନାନମଣ୍ଡପ ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ପାଇଁ ସେଡ୍ ବ୍ୟବସ୍ଥା ହୋଇଥିବା ବେଳେ ମାର୍କେଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ତା ମଧ୍ୟ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ସୂଚନା ଦେଇଥିଲେ । ତେବେ ଜନଗହଳି ନିୟନ୍ତ୍ରଣ ତଥା ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାର ସୁପରିଚାଳନା ପାଇଁ ବଡ଼ଦାଣ୍ଡରେ ୪ ତାରିଖ ଦିନ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାର୍କେଟ ଛକରୁ ବ୍ୟାରିକେଡ଼ରେ ପ୍ରବେଶ କରି ସ୍ନାନମଣ୍ଡପରେ ଦର୍ଶନ କରି ଫେରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking