23.1 C
Bhubaneswar
Friday, November 22, 2024
Homeଓଡିଶାଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର

ଶ୍ରୀମନ୍ଦିରରେ ଅଘଟଣ, ଗରମ ଡାଲି ପଡ଼ି ଦୁଇ ବୋଝିଆ ଗୁରୁତର

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ବୋଝ ବୋହିବା ବେଳେ ଗରମ ଡାଲି ପଡି ଦୁଇ ବୋଝିଆ ଗୁରୁତର । ଗୁରୁତର ଦୁଇ ବୋଝିଆ ହେଉଛନ୍ତି ତଳଜଙ୍ଗ ଓ ବ୍ରହ୍ମଗିରିର ପପି ପ୍ରଧାନ ଓ ପ୍ରଦୀପ ସାହୁ । ଗରମ ଡାଲି ପଡିଯିବାରୁ ଉଭୟଙ୍କ ଶରୀରରେ ଗଭୀର ଆଘାତ ଲାଗିଛି । ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ଉଭୟଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଥମ ଭୋଗ ମଣ୍ଡପ ସରିବା ପରେ ବୋଝ ବାହାକମାନେ ବୋଝରେ ମହାପ୍ରସାଦ ବୋହୁଥିଲେ । ତେବେ ଭୋଗମଣ୍ଡପ ସମ୍ମୁଖ ରାସ୍ତା ଖସଡ଼ା ଥିବାରୁ ଦୁଇଜଣଙ୍କ ଗୋଡ ଖସି ଯାଇଥିଲା । ଉଭୟ ତଳେ ପଡି ଯାଇଥିବା ବେଳେ ସେମାନଙ୍କ ଶରୀରରେ ଗରମ ଡାଲି ପଡିଯାଇଥିଲା । ହସ୍ପିଟାଲରେ ଉଭୟ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ଶ୍ରୀମନ୍ଦିରରେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏହାକୁ ନେଉ ଉଦବେଗ ପ୍ରକାଶ କରିଛି ବୋଝ ବାହାକ ସଂଘ। ତୁରନ୍ତ ବୋଝ ବାହାକ ସଂଘ ପାଇଁ ଇନସ୍ୟୁରାନ୍ସର ବ୍ୟବସ୍ଥା କରାଯାଉ ବୋଲି ବୋଝ ବାହାକ ସଂଘର ସଭାପତି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking