ଭୁବନେଶ୍ୱର: ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିବା ଚଳିତ ଟାଟାଇ ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍କୁ ଜିଓ ସିନେମାରେ ୨.୫ କୋଟି ଦର୍ଶକ ଉପଭୋଗ କରିଛନ୍ତି । ଫଳରେ ଜିଓ ସିନେମା ଚଳିତ ସିଜନ୍ରେ କେବଳ ତୃତୀୟ ଥର ପାଇଁ ନିଜର ରେକର୍ଡ ଭାଙ୍ଗିନାହିଁ, ବରଂ ଭାରତ-ନ୍ୟୁଜିଲାଣ୍ଡ୍ ୨୦୧୯ ଆଇସିସି ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ର ବିଶ୍ୱ ରେକର୍ଡ ସମକକ୍ଷ ହୋଇଛି । ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏପ୍ରିଲ୍ ୧୪ରେ ଅନୁଷ୍ଠିତ ଚେନ୍ନାଇ ଓ ବାଙ୍ଗାଲୋର୍ ମ୍ୟାଚ୍କୁ ୨.୪ କୋଟି ଲୋକ ଜିଓ ସିନେମାରେ ଦେଖିଥିଲେ । ଏହା ପୂର୍ବରୁ ଏପ୍ରିଲ୍ ୧୨ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଏମ୍ଏସ୍ ଧୋନିଙ୍କ ରୋମାଞ୍ଚକର ଫିନିଶିଂକୁ ଜିଓ ସିନେମାରେ ୨.୨ କୋଟି ଲୋକ ଉପଭୋଗ କରିଥିଲେ ।
ଟାଟା ଆଇପିଏଲ୍ ମ୍ୟାଚ୍ ଦେଖିବା ପାଇଁ ଜିଓ ସିନେମାକୁ କ୍ରିକେଟ୍ ପ୍ରଶଂସକ ଅଧିକ ପ୍ରାଧାନ୍ୟ ଦେଉଥିବା ଏହି ରେକର୍ଡରୁ ଜଣାପଡ଼ୁଛି । ସବୁ ପ୍ରକାରର ନେଟ୍ୱାର୍କ ସବ୍ସ୍କ୍ରାଇବର୍ଙ୍କୁ ମାଗଣାରେ ଷ୍ଟ୍ରିମିଂ ସୁବିଧା ସହିତ ୧୨ଟି ଭାଷାରେ ମ୍ୟାଚ୍ର ପ୍ରସାରଣ କରୁଥିବା ବେଳେ ପ୍ରତ୍ୟେକ ମ୍ୟାଚ୍ରେ କାର୍ ପୁରସ୍କାର ଜିତିବାର ସୁଯୋଗ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଜିଓ ସିନେମାର ଚାହିଦା ବୃଦ୍ଧି ପାଇଛି । ସେହିପରି ଚଳିତ ଆଇପିଏଲ୍ର ପ୍ରଥମ ପାଞ୍ଚ ସପ୍ତାହରେ ୧୩୦୦ କୋଟି ଭିଡିଓ ଦେଖାଯାଇଥିବା ବେଳେ ଜିଓ ସିନେମା ବିଶ୍ୱ ଡିଜିଟାଲ୍ ସ୍ପୋର୍ଟ୍ସରେ ଗ୍ଲୋବାଲ୍ ବେଞ୍ଚ୍ମାର୍କ ପ୍ରତିଷ୍ଠା କରିଛି ।