22.1 C
Bhubaneswar
Wednesday, January 1, 2025
Homeଓଡିଶାପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା,ରାସ୍ତାର ସ୍ତାଇତ୍ଵ ନେଇ ଅଧିକାରୀଙ୍କୁ ଘେରିଲେ ଚାଷୀ

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା,ରାସ୍ତାର ସ୍ତାଇତ୍ଵ ନେଇ ଅଧିକାରୀଙ୍କୁ ଘେରିଲେ ଚାଷୀ

ଯାଜପୁର: 20ନମ୍ବର ଜାତୀୟ ରାଜ ପଥ କୁ ସଂଯୋଗ କରୁଥିବା ଆଲିଆ,ବେଗନା,ମହୁଲିୟା ପ୍ୟାକେଜ୍ ନମ୍ବର – ଓ.ଆର୍.ବି-୪୦୫ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ର ନିର୍ମାଣ କାର୍ଯ୍ୟ ବହୁ ନିମ୍ନମାନର ଓ ଅନିୟମିତତା ସମ୍ପର୍କରେ ଆଲିଆ ଓ ବେଗନା ଗ୍ରାମର ଚାଷୀମାନେ ମିଳିତ ହୋଇ ରାସ୍ତାର ମାନ ନିରୀକ୍ଷଣ କରିବାକୁ ଆସିଥିବା ଆର୍.ଡି ର ଷ୍ଟେଟ କ୍ୱାଲିଟି ମନିଟରିଂ ଅଫିସର ପ୍ରଦୀପ କୁମାର ସାହୁ, ଯାଜପୁର ରୋଡ ଏସ୍.ଡି.ଓ ବାସନ୍ତୀ ହାଁସଦା ଓ ଜେ.ଇ ରସାନନ୍ଦ ବାରିକ୍ ଙ୍କୁ ଘେରାଉ କରି ଥିଲେ ଏହି ରାସ୍ତା ନିର୍ମାଣ ର ନିମ୍ନ କାର୍ଯ୍ୟ ସମ୍ପର୍କ ରେ ବହୁ ଅଭିଯୋଗ କରିବା ସ୍ୱତେ ବିଭାଗୀୟ ଅଧିକାରୀ ମାନେ ତଦନ୍ତ ପାଇଁ ଆସି ନ ଥିବାରୁ ସମ୍ପୃକ୍ତ ଅଂଚଳ ରେ ଅଶୋନ୍ତୋଷ ଦେଖା ଯାଇ ଥିଲା l

,ଆଜି କଣ୍ଟ୍ରାକ୍ଟର ଙ୍କର ବିଲ୍ କରିବା ନିମନ୍ତେ ମାପ ଚୁପ କରିବା ପାଇଁ ଆସିଗଲେ ବୋଲି ପ୍ରଶ୍ନ କରିବାସହିତ କଣ୍ଟ୍ରାକ୍ଟର୍ ଙ୍କର କହିବା ଅନୁଯାୟୀ ନିର୍ଦ୍ଧିଷ୍ଟ ପଏଣ୍ଟ ରେ ଆପଣ ଚେକ୍ କରୁଛନ୍ତି,କେଉଁଠାରେ ନିମ୍ନମାନର କାମ ହୋଇଛି,ଆମ୍ଭେ ରାତି ପାହିଲେ ଦେଖୁଛୁ,ତେଣୁ ଆମ୍ଭ କହିବା ଅନୁଯାୟୀ ଆପଣ ସେହିସ୍ଥାନ ମାନଙ୍କୁ ନିରୀକ୍ଷଣ କରନ୍ତୁ ବୋଲି ଦାବି କରି ଥିଲେ l ,

ସ୍ଥାଇତ୍ଵ ନେଇ ଚାଷୀମାନେ କହିଲେକି ୧ମ ଲେୟାରରେ ଜି.ଏସ୍,ବି ଓ ୨ୟ ଲିୟାର ରେ ଦବ୍ଲୁ.ଏମ.ଏମ ବ୍ୟବହାର କରିବା କଥା କିନ୍ତୁ କଣ୍ଟ୍ରାକ୍ଟର ଅଧିକ ଲାଭଖୋର ମନବୃତିରଖି ସମ୍ପୂର୍ଣ୍ଣ ଜି.ଏସ.ବି କାମ କରିଛନ୍ତି,ଏକଥା ଅଧିକାରୀଙ୍କୁ ଜଣାଇ ଦେବାରୁ ସାମାନ୍ୟ ଉଚ୍ଚ ବାଚ ପରିସ୍ଥିତି ସୃଷ୍ଟି ହୋଇଥିଲା ଓ କନ୍ତ୍ରାକ୍ଟାର ଙ୍କ ପ୍ରତିନିଧିଙ୍କୁ ଆର୍.ଡି ର କର୍ମଚାରୀମାନେ ଲୋକ ମାନେ ଗାଳି କରି ଥିଲେ ଅଧିକାରୀ ମାନେ ସ୍ଥାନୀୟ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ କହିଲେ କି ଯେଉଁଠି ଯାହା ତ୍ରୁଟିରହିଛି ତାହା ତଦନ୍ତ କରା ଯିବ ବୋଲି ପ୍ରତିଶୃତି ଦେବାରୁ ଚାଷୀ ମାନେ ଶାନ୍ତ ପଡି ଥିଲେ l

,ଚାଷୀ ମାନଙ୍କ ମଧ୍ୟରେ ସର୍ବ ଶ୍ରୀ ବିଜୟ କୁମାର ବୋଇତାଇ,ଅର୍ଜୁନ କୁମାର ସାହୁ,ଅରୁଣ କୁମାର ସାହୁ,ଚନ୍ଦ୍ରମଣି ବେହେରା,ହିମାଂଶୁ ଭୁଷଣ ବୋଇତାଇ,ପ୍ରଦୀପ ସ୍ୱାଇଁ,ସୌମ୍ୟରଞ୍ଜନ ସାହୁ,ଦୀପକ କୁମାର ସାହୁ,ଆନନ୍ଦ ରାଉତ,ବିଜୟ କୁମାର ସାହୁ,ବୀରେନ ସେଠୀ ପ୍ରମୁଖ ନେତୃତ୍ୱ ରେ ଘେରାଉ କରି ଦାବି କରି ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking