24.1 C
Bhubaneswar
Friday, November 29, 2024
Homeଦେଶ ବିଦେଶ୨୦୦୦ ଟଙ୍କିଆକୁ ନେଇ ଷ୍ଟେଟ ବ୍ୟାଙ୍କ୍‌ର ସ୍ପଷ୍ଟୀକରଣ

୨୦୦୦ ଟଙ୍କିଆକୁ ନେଇ ଷ୍ଟେଟ ବ୍ୟାଙ୍କ୍‌ର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତମାସ ୨୩ରୁ ଏହାକୁ କାର୍ଯ୍ୟକାରୀ କରାଯିବ । ତେବେ ଯେଉଁମାନଙ୍କ ନିକଟରେ ଏଭଳି ନୋଟ୍ ରହିଛି, ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କ୍‌କୁ ଯାଇ ଏହା ବଦଳରେ ଅନ୍ୟ ପରିମାଣର ନୋଟ୍ ଆଣିପାରିବେ । ଅବଶ୍ୟ ସର୍ବାଧିକ ୨୦ ହଜାର ଟଙ୍କାର ନୋଟ୍‌କୁ ବ୍ୟାଙ୍କ କାଉଣ୍ଟରରେ ବଦଳ କରାଯାଇପାରିବ । ଏହାଠାରୁ ଅଧିକ ପରିମାଣର ୨ ହଜାର ଟଙ୍କିଆ ନୋଟ୍‌କୁ ସେଭିଙ୍ଗ୍‌ସ ଆକାଉଣ୍ଟରେ ଜମା କରିବାକୁ ପଡିବ ବୋଲି କୁହାଯାଇଛି ।

ତେବେ ଏହି ବ୍ୟବସ୍ଥାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଭ୍ରମାତ୍ମକ ସମ୍ବାଦ ପ୍ରସାରିତ ହେଉଥିବାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ୨୦୦୦ ଟଙ୍କିଆ ନେ।।ଟ୍ ଜମା କରିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କୁ ଏକ ଫର୍ମ ପୂରଣ କରିବା ସହ ଆଧାରକାର୍ଡ ନକଲ ଦାଖଲ କରିବାକୁ ପଡିବ ବୋଲି ଗୁଜବ ପ୍ରସାରିତ ହେଉଛି । ୨୦୦୦ ଟଙ୍କିଆ ନୋଟ୍ ଜମା କରିବା ସମୟରେ ସଂପୃକ୍ତ ବ୍ୟକ୍ତିଙ୍କ ନିକଟରୁ କୌଣସି ରିକ୍ୟୁଜିସନ ସ୍ଲିପ୍ ନ ମାଗିବାକୁ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ ସବୁ ଶାଖା ପରିଚାଳକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୦ ଟଙ୍କକିଆ ନୋଟ୍‌ର ପ୍ରସାରଣ ବନ୍ଦ କରାଯାଇଥିଲେ ସୁଦ୍ଧା ଏହାକୁ ଲିଗାଲ ଟେଣ୍ଡରଭାବେ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ।

ଆବଶ୍ୟକ ପଡିଲେ ସେପ୍ଟେମ୍ବର ୩୦ ସମୟସୀମା ବୃଦ୍ଧି କରାଯାଇପାରେ ବୋଲି ମଧ୍ୟ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ କହିଛନ୍ତି । ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିବାପରେ ଯେଉଁମାନଙ୍କ ନିକଟରେ ଏହି ନୋଟ୍ ରହିଯାଇଥିବ, ସେଗୁଡିକୁ ବୈଧ ବିବେଚନା କରାଯିବ । ବ୍ୟାଙ୍କ୍‌ରେ ଆକାଉଣ୍ଟ ନଥିବା ବ୍ୟକ୍ତି ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ । ଏ କ୍ଷେତ୍ରରେ ୨୦ ହଜାର ଟଙ୍କାର ସର୍ବୋଚ୍ଚ ସୀମା ଅବଶ୍ୟ ବଳବତ୍ତର ରହିବ । ବରିଷ୍ଠ ଓ ଭିନ୍ନକ୍ଷମ ବ୍ୟକ୍ତିମାନେ ଦୀର୍ଘ ସମୟ ଧରି ଲାଇନରେ ଛିଡା ହେବା କଷ୍ଟଦାୟକ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ରିଜର୍ଭ ବ୍ୟାଙ୍କ ଇସ୍ୟୁ କରିଥିବା ୨୦୦୦ ଟଙ୍କିଆର ପ୍ରାୟ ୮୯ ପ୍ରତିଶତ ନୋଟ୍ ମାର୍ଚ୍ଚ ୨୦୧୭ ପୂର୍ବରୁ ଛପାଯାଇଛି । ତେଣୁ ଏଭଳି ନୋଟ୍‌ର କାର୍ଯ୍ୟକାଳ ପ୍ରାୟ ପୂରିଆସିଲାଣି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ମାର୍କେଟରେ ୨୦୦୦ ଟଙ୍କିଆର ପ୍ରସାରଣ ୬.୭୩ ଲକ୍ଷ କୋଟି ଥିବାବେଳେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଏହା ୩.୬୨ ଲକ୍ଷ କୋଟିକୁ ହ୍ରାସ ପାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking