ନୂଆଦିଲ୍ଲୀ: ଓଡିଶା ସିମ୍କାର୍ଡ ପାକିସ୍ତାନରେ ଅପରେଟ୍ ମାମଲା । ମାଷ୍ଟରମାଇଣ୍ଡ ପଠାଣୀ ଲେଙ୍କାଙ୍କ ବିରୋଧରେ ଲାଗିବ ଦେଶଦ୍ରୋହ ଦଫା । ପାକିସ୍ତାନ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ସୂଚନା ପରେ ଲାଗିବ ଦଫା । କେବେଠାରୁ ଲିଙ୍କ୍ରେ ଥିଲା ସେନେଇ ଚାଲିଛି ଖୋଳତାଡ । କାଲିଠୁ ରିମାଣ୍ଡରେ ଆଣି ପଚାରାଉଚାର କରିବ ଏସ୍ଟିଏଫ୍ ।
ଆସନ୍ତା କାଲିଠାରୁ ପଠାଣି ସାମନ୍ତ ଲେଙ୍କାକୁ ୫ ଦିନିଆ ରିମାଣ୍ଡରେ ନେଇ ଆତଙ୍କୀ ଲିଙ୍କ ବାବାଦରେ ଖୋଳତାଡ କରିବ ଏସଟିଏଫ୍ । ସୂଚନା ମୁତାବକ, ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ, ଓ ପଶ୍ଚିିମବଙ୍ଗରେ ଥିବା ଆଇଏସଆଇ ଏଜେଣ୍ଟଙ୍କ ସମ୍ପର୍କରେ ଥିଲା ପଠାଣୀ ସାମନ୍ତ । ତେବେ ଅତଙ୍କବାଦୀଙ୍କ ସହ ଲିଙ୍କ ରଖିବାକୁ କେଉ ଁକେଉଁ ଅଞ୍ଚଳରୁ ସିମକାର୍ଡ କିଣାହୋଇଥିଲା ସେ ନେଇ ତଦନ୍ତ ଚାଲିଛି । ପୂର୍ବରୁ ପଠାଣୀଙ୍କ ବିରୋଧରେ ଅଫିସିଆଲ ଡାଟା ଲିକ୍ ନେଇ ଜଲପାଇଗୁଡି ଥାନାରେ ଅଭିଯୋଗ ରହିଛି ।