ପିଥୋରାଗଡ: ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାରେ ଜଣେ ବ୍ୟକ୍ତି ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିବାପରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ରାମ ନାମକ ଏହି ବ୍ୟକ୍ତି ଚଳିତମାସ ୧୨ରେ କୌଣସି କାରଣରୁ ନିଜର ପତ୍ନୀ, ଝିଅ, ମାଉସୀ ଏବଂ ବୋହୁକୁ ହତ୍ୟା କରି ଫେରାର ହୋଇଯାଇଥିଲା । ପୁଲିସ ତାକୁ ଠାବ କରିବାକୁ ଉଦ୍ୟମ କରୁଥିବାବେଳେ ସୋମବାର ଏକ ଗଛରୁ ରାମର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ।