ମୁମ୍ବାଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି । ସୂର୍ଯ୍ୟଙ୍କ କିରଣ ପଡିଥିଲେ ସୁଦ୍ଧା ମୁମ୍ବାଇ ସହରରେ ସୋମବାର କୌଣସି ବ୍ୟକ୍ତି, ବସ୍ତୁ କିମ୍ବା ପ୍ରାଣୀଙ୍କର ଛାଇ (ସ୍ୟାଡୋ) ଦେଖିବାକୁ ମିଳିନାହିଁ । ଫଳରେ ଏହାକୁ ‘ଜିରୋ ସ୍ୟାଡୋ ଡେ’ ଆଖ୍ୟା ଦିଆଯାଇଛି । ଅଧିକାଂଶ ମୁମ୍ବାଇବାସୀ ଏହାର ଭିଡିଓ ଓ ଫଟୋକୁ ସୋସିଆଲ ମିଡିଆରେ ଅପ୍ଲୋଡ କରିଛନ୍ତି ।
ସାଧାରଣତଃ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦୁଇଥର ‘ଜିରୋ ସ୍ୟାଡୋ ଡେ’ ଦେଖିବାକୁ ମିଳିଥାଏ । ଉକ୍ତ ଦିନ ମଧ୍ୟାହ୍ଣ ସମୟରେ ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଅବସ୍ଥାନ କରୁଥିବାରୁ କୌଣସି ଛାଇ ସୃଷ୍ଟି ହୋଇନଥାଏ । କେବଳ ମୁମ୍ବାଇ କାହିଁକି +୨୩.୫ ଏବଂ -୨୩.୫ ଡିଗ୍ରୀ ଅଂକ୍ଷାଂଶରେ ବସବାସ କରୁଥିବା ପୃଥିବୀର ସବୁ ଲୋକ ଏଭଳି ଦୃଶ୍ୟ ଦେଖିବାର ସୁଯୋଗ ପାଇଥାନ୍ତି ।