ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ‘ଜାତୀୟ ଫୋରେନ୍ସିକ୍ ମେଡିସିନ୍ ଡେ’ ପାଳିତ ହୋଇଯାଇଛି । ଶୁକ୍ରବାର ଏକ ନିରନ୍ତର ମେଡିକାଲ୍ ଏଜୁକେସନ୍ (ସିଏମ୍ଇ) କାର୍ୟ୍ୟକ୍ରମରେ ଫୋରେନ୍ସିକ୍ ମେଡିସିନ୍ ସାଧାରଣ ଲୋକଙ୍କ ସାହାଯ୍ୟରେ ଆସିବା ଉପରେ ଆଲୋଚନା କରାଯାଇଥିଲା । ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଏଫ୍ଏମ୍ ଆଣ୍ଡ ଟି ବିଭାଗ ଦ୍ୱାରା ଆୟୋଜିତ ସ୍ୱାସ୍ଥ୍ୟସେବା କାର୍ୟ୍ୟକ୍ରମରେ “ମଲ୍ଟିଡାଇମେନ୍ସେନାଲ୍ ଆସ୍ପେକ୍ଟସ ଅଫ୍ ପ୍ରି-କନ୍ସେପ୍ଟ ଏବଂ ପ୍ରି-ନାଟାଲ୍ ଡାଇଗ୍ନୋଷ୍ଟିକ୍ ଟେକ୍ନିକ୍ସ” (ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ) ବିଷୟରେ ଡାକ୍ତରୀ ଛାତ୍ରଛାତୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ଏହି କାର୍ୟ୍ୟକ୍ରମରେ ରାଜ୍ୟ ଡାକ୍ତରୀ ଶିକ୍ଷା ଏବଂ ପ୍ରଶିକ୍ଷଣ ନିର୍ଦ୍ଦେଶକ (ଡିଏମ୍ଇଟି) ପ୍ରଫେସର (ଡାକ୍ତର) ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଓ ଅତିରିକ୍ତ ଡିଏମ୍ଇଟି ପ୍ରଫେସର (ଡାକ୍ତର) ବ୍ରଜ କିଶୋର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଓ ଏଫ୍ଏମ୍ ଆଣ୍ଡ ଟି ବିଭାଗ ମୁଖ୍ୟ ପ୍ରଫେସର (ଡାକ୍ତର) କୁନାଳ ମିଶ୍ର ପ୍ରମୁଖ ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ଉପରେ ମତ ରଖିଥିଲେ ।
ଏହି କାର୍ୟ୍ୟକ୍ରମରେ ଡାକ୍ତର ପୁରବୀ ମହାନ୍ତି ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ଅଧିନିୟମ ଉପରେ ପ୍ରାରମ୍ଭିକ ଆଲୋଚନା ଉପସ୍ଥାପନା କରିଥିଲେ । ସେହିପରି ଡାକ୍ତର ରଚିତା ପ୍ରଭାଲିନା ସ୍ତ୍ରୀ ଓ ପ୍ରସୂତି ଏବଂ ପିସି ଆଣ୍ଡ ପିଏନ୍ଡିଟି-ଆକ୍ଟ ସମ୍ବନ୍ଧରେ ମତ ରଖିଥିଲେ । ଏହି କାର୍ୟ୍ୟକ୍ରମରେ ଏଫ୍ଏମ୍ ଆଣ୍ଡଟି ବିଭାଗର ଡାକ୍ତର ପ୍ରୀତମ କୁମାର ଲେଙ୍କା, ଡାକ୍ତର ବିକାଶ ଚନ୍ଦ୍ର ନାୟକ, ରେଡିଓଡାଇଗ୍ନୋସିସ୍ ବିଭାଗର ଡାକ୍ତର ଆଦ୍ୟ କିଙ୍କର ପଣ୍ଡା, ଶିଶୁ ବିଭାଗ ଡାକ୍ତର ଜେ. ବିକ୍ରାନ୍ତ କୁମାର ପୃଷ୍ଟି ଓ ମାନସିକ ରୋଗ ବିଭାଗର ଡାକ୍ତର ରାକେଶ ମହାନ୍ତି ପ୍ରମୁଖ ଭାଗ ନେଇଥିଲେ । ଡାକ୍ତର ମୋହନ କୁମାର ହାଂସଦା ଧନ୍ୟବାଦ ଅର୍ପଣ କରିଥିଲେ ।