ଭୁବନେଶ୍ୱର: ସ୍କୁଲ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଓଟିଇଟି ବୈଧତା ସୀମା ବୃଦ୍ଧି କଲେ ରାଜ୍ୟ ସରକାର । ଥରେ ଓଟିଇଟି ପାସ୍ କଲେ ଆଉ ପରୀକ୍ଷା ଦେବାକୁ ପଡିବନାହିଁ । ପୂର୍ବରୁ ଓଟିଇଟି ପାସ୍ କଲେ ବୈଧତା ୭ ବର୍ଷ ରହୁଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।