27.1 C
Bhubaneswar
Saturday, October 19, 2024
Homeଖେଳରୋହିତ ଶର୍ମାଙ୍କ ଅବଞ୍ଛିତ ବ୍ୟାଟିଂ ରେକର୍ଡ

ରୋହିତ ଶର୍ମାଙ୍କ ଅବଞ୍ଛିତ ବ୍ୟାଟିଂ ରେକର୍ଡ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍‌ଟେନ୍ ରୋହିତ ଶର୍ମା ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୩ରେ ଖରାପ ସମୟ ଦେଇ ଗତି କରୁଛନ୍ତି । ମଙ୍ଗଳବାର ୱାଙ୍ଖେଡେ ଷ୍ଟାଡିୟମ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ୭ ରନ୍ କରିଥିବା ରୋହିତ ଏକ ଅବାଞ୍ଛିତ ବ୍ୟାଟିଂ ରେକର୍ଡର ଅଧିକାରୀ ହୋଇଛନ୍ତି । ଚଳିତ ଆଇପିଏଲ୍‌ରେ ରୋହିତଙ୍କ ଏହି ୭ ରନ୍ କ୍ରମାଗତ ପଞ୍ଚମ ଏକଅଙ୍କ ବିଶିଷ୍ଟ ସ୍କୋର୍ । ଏହି ଅବାଞ୍ଚିତ ବ୍ୟାଟିଂ ରେକର୍ଡ ରୋହିତଙ୍କ ଆଇପିଏଲ୍‌ରେ କ୍ୟାରିୟର୍‌ରେ ପ୍ରଥମ ।

ଆର୍‌ସିବି ବିପକ୍ଷ ମ୍ୟାଚ୍ ପୂର୍ବ ଚାରିଟି ଇନିଂସ୍‌ରେ ସେ ୨, ୩, ୦ ଏବଂ ଶୂନ୍ ରନ୍ ସ୍କୋର୍ କରିଥିଲେ । ଆଇପିଏଲ୍‌ରେ ତାଙ୍କର ସବୁଠୁ ଖରାପ ପ୍ରଦର୍ଶନ ୨୦୧୭ରେ ଦେଖିବାକୁ ମିଳିଥିଲା । ୨୦୧୭ ସିଜନ୍‌ରେ ସେ ଲଗାତାର ଚାରିଟି ମ୍ୟାଚ୍‌ରେ ୩, ୨, ୪ ଏବଂ ଶୂନ୍‌ରେ ଆଉଟ୍ ହୋଇଥିଲେ । ଅବଶ୍ୟ ମଙ୍ଗଳବାର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍‌ରେ ଆର୍‌ସିବିକୁ ହରାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking