27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଇତିହାସ ରଚିଲେ ଭାରତୀୟ ବକ୍ସର୍‌; ପ୍ରଥମ ଥର ଭାରତର ତିନି ପଦକ...

ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଇତିହାସ ରଚିଲେ ଭାରତୀୟ ବକ୍ସର୍‌; ପ୍ରଥମ ଥର ଭାରତର ତିନି ପଦକ ପକ୍କା

ତାସ୍‌କେଣ୍ଟ୍ : ଏଠାରେ ଚାଲିଥିବା ୱାର୍ଲ୍ଡ ବକ୍ସିଂ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ବକ୍ସର୍‌ମାନେ ଇତିହାସ ରଚିଛନ୍ତି । ଭାରତର ତିନିଜଣ ବକ୍ସର୍ ବୁଧବାର ସେମିଫାଇନାଲ୍‌ରେ ପ୍ରବେଶ କରି ପ୍ରଥମ ଥର ପାଇଁ ଦେଶ ପାଇଁ ତିନିଟି ପଦକ ପକ୍କା କରିଛନ୍ତି । ଦୀପକ ଭୋରିଆ (୫୧ କିଗ୍ରା), ମହମ୍ମଦ ହୁସାମୁଦ୍ଦିନ୍ (୫୭ କିଗ୍ରା) ଏବଂ ନିଶାନ୍ତ ଦେବ (୭୧ କିଗ୍ରା) ନିଜ ନିଜର କ୍ୱାର୍ଟର୍ ଫାଇନାଲ୍ ବାଉଟ୍ ଜିତି ଅତିକମ୍‌ରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ୍ ପଦକ ପକ୍କା କରିଛନ୍ତି ।

ଚାମ୍ପିଅନ୍‌ଶିପ୍‌ର ଗୋଟିଏ ସିଜନ୍‌ରେ ଭାରତକୁ ଏତେ ସଂଖ୍ୟକ ପଦକ ମିଳିବା ପ୍ରଥମ ଘଟଣା । ନିଶାନ୍ତ ବୁଧବାର ପୁଣିଥରେ ପ୍ରଭାବଶାଳୀ ପ୍ରଦର୍ଶନ କରି କ୍ୟୁବାର ଜୋର୍ଗେ କୁଏଲାର୍‌ଙ୍କୁ ୫-୦ ସର୍ବସମ୍ମତ ନିଷ୍ପତ୍ତିରେ ପରାଜିତ କରିଛନ୍ତି । ସେହିପରି ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ୍ ବିଜେତା ହୁସାମୁଦ୍ଦିନ୍ ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲ୍ ବାଉଟ୍‌ରେ ବୁଲ୍‌ଗେରିଆର ଜେ ଦିଆଜ୍ ଇବାନେଜ୍‌ଙ୍କୁ ୪-୩ରେ ମାତ୍ ଦେଇଛନ୍ତି । ଅନ୍ୟପକ୍ଷରେ ଦୀପକ ୫୧ କିଗ୍ରା ଫ୍ଲାଇୱେଟ୍ ବର୍ଗରେ କିର୍ଗିଜ୍‌ସ୍ତାନର ନୁର୍‌ଝିଗିଟ୍ ଦିଉଶେଭାଏଭ୍‌ଙ୍କୁ ୫-୦ ସର୍ବସମ୍ମତ ନିଷ୍ପତ୍ତିରେ ହରାଇ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking