ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ବିବାହ ଋତୁରେ ସୁନା ଓ ରୂପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ବର୍ତ୍ତମାନ ସମୟରେ ସୁନା ସର୍ବକାଳୀନ ରେକର୍ଡ ଦର ଠାରୁ ୧୦ ଗ୍ରାମ ପିଛା ପ୍ରାୟ ୧୦୦ ଟଙ୍କା ଶସ୍ତା ଏବଂ ରୂପା କିଲୋଗ୍ରାମ ପିଛା ୩୫୦୦ ଟଙ୍କା ଶସ୍ତାରେ ବ୍ୟବସାୟ କରୁଛି। ବର୍ତ୍ତମାନ ସୁନା ୧୦ ଗ୍ରାମ ପିଛା ୬୧,୫୦୦ ଟଙ୍କା ଏବଂ ରୂପା ରେକର୍ଡ ସ୍ତରରେ ୭୬,୪୦୦ ଟଙ୍କାରେ ବିକ୍ରି ହେଉଛି।
ମଙ୍ଗଳବାର ସୁନା ଭରି ପ୍ରତି ୩୬୪ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୬୧,୫୩୩ ଟଙ୍କାରେ ବ୍ୟବସାୟ ବନ୍ଦ ହୋଇଯାଇଥିଲା। ଏହାପୂର୍ବରୁ ସୋମବାର ଦିନ ସୁନା ଭରି ପିଛା ୩୨୭ ଟଙ୍କା ଶସ୍ତା ହୋଇ ୬୧,୧୬୯ ଟଙ୍କାରେ ବନ୍ଦ ହୋଇଯାଇଥିଲା। ମଙ୍ଗଳବାର ସୁନା ଭଳି ରୂପା ଦରରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ରୂପା ଦରରେ ୮୪ ଟଙ୍କା ବୃଦ୍ଧି ପାଇ ୭୬୩୯୯ ଟଙ୍କାରେ ପହଞ୍ଚିଥିଲା। ସେହିପରି ସୋମବାର ରୂପା ଦରରେ ୯୬୫ ଟଙ୍କା ହ୍ରାସ ଘଟି ୭୬୩୧୫ ଟଙ୍କାର କାରବାର ବନ୍ଦ ହୋଇଥିଲା।