27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକଂଗ୍ରେସର ଗୁରୁତର ଅଭିଯୋଗ; ଖଡ୍‌ଗେଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି ବିଜେପି

କଂଗ୍ରେସର ଗୁରୁତର ଅଭିଯୋଗ; ଖଡ୍‌ଗେଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି ବିଜେପି

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରରେ ବିବାଦୀୟ ବୟାନ ପରେ ଏବେ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଛି । ବିପେି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡ୍‌ଗେ ଏବଂ ତାଙ୍କ ପରିବାରର ହତ୍ୟା ଷଡ଼ଯନ୍ତ୍ର କରୁଛି ବୋଲି ପାର୍ଟିର କର୍ଣ୍ଣାଟକ ପ୍ରଭାବରୀ ଏବଂ ସାଂସଦ ରଣଦୀପ ସୁରଜେୱାଲା ଦାବି କରିଛନ୍ତି । ଏହାକୁ ନେଇ ସୁରଜେୱାଲା ଶନିବାର ବେଙ୍ଗାଲୁରୁରେ ଏକ ପ୍ରେସ୍ କନ୍‌ଫରେନ୍ସ କରି ଏବ ଅଡିଓ କ୍ଲିପ୍ ଶୁଣାଇଛନ୍ତି । ଅଡିଓରେ ଥିବା ସ୍ୱର କର୍ଣ୍ଣାଟକ ଚିତ୍ତପୁର ଆସନରେ ବିଜେପି ପ୍ରାର୍ଥୀ ମଣିକାନ୍ତ ରାଠୋରଙ୍କ ବୋଲି ସେ ଦାବି କରିଛନ୍ତି ।

ଅଡିଓ କ୍ଲିପ୍‌ରେ ଖଡ୍‌ଗେ ଏବଂ ତାଙ୍କ ପରିବାରକୁ ଖତମ କରିବା କଥା କୁହାଯାଇଛି । ସୁରଜେୱାଲା କହିଛନ୍ତି, ମଣିକାନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ବୋମାଇଙ୍କ ଅତି ପ୍ରିୟ । ସେ ଆହୁରି କହିଛନ୍ତି, ଏହା ଉପରେ ପ୍ରଧାନମନ୍ତ୍ରୀ ମୌନ ରହିବେ ଏବଂ କର୍ଣ୍ଣାଟକ ପୁଲିସ ଓ ନିର୍ବାଚନ କମିଶନ ମଧ୍ୟ । ତେବେ କର୍ଣ୍ଣାଟକର ଲୋକମାନେ ମୌନ ରହିପାରିବେ ନାହିଁ ଏବଂ ଜୋର୍‌ଦାର ଜବାବ ଦେବେ । ଏହା ପୂର୍ବରୁ ମଧ୍ୟ ରାଠୋର କଂଗ୍ରେସ ଅଧ୍ୟକ୍ଷ ଖଡ୍‌ଗେଙ୍କ ପୁଅ ଏବଂ ଚିତ୍ତପୁରର କଂଗ୍ରେସ ପ୍ରାର୍ଥୀ ପ୍ରିୟାଙ୍କ ଖଡ୍‌ଗେଙ୍କୁ ଜୀବନରେ ମାରିଦେବା ଧମକ ମଧ୍ୟ ଦେଇଥିଲେ । ଗତବର୍ଷ ନଭେମ୍ବର ୧୩ରେ ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଅବଶ୍ୟ ପରେ ତାଙ୍କୁ ଜାମିନରେ ଛାଡ଼ି ଦିଆଯାଇଥିଲା । ସୁରଜେୱାଲାଙ୍କ ବୟାନ ଉପରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ହୁବ୍‌ଲୀରେ କହିଛନ୍ତି- ଗମ୍ଭୀରତାର ସହିତ ମାମଲାର ଯାଞ୍ଚ୍ କରାଯିବ । ଯଦି କିଛି ଭୁଲ କରାଯାଇଥିବ କିମ୍ବା ଏପରି କରିବାକୁ କାହାର ଉଦ୍ଦେଶ୍ୟ ରହିଥିବ, ତେବେ ଆଇନ ନିଜ କାମ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking