28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶହୁବ୍‌ଲିରେ ସୋନିଆ ଗାନ୍ଧୀଙ୍କ ରାଲି; ‘ବିଜେପି ଚୋରିକରି କ୍ଷମତା ହାତେଇବା ପାର୍ଟି’

ହୁବ୍‌ଲିରେ ସୋନିଆ ଗାନ୍ଧୀଙ୍କ ରାଲି; ‘ବିଜେପି ଚୋରିକରି କ୍ଷମତା ହାତେଇବା ପାର୍ଟି’

ହୁବ୍‌ଲି : କର୍ଣ୍ଣାଟକ ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ଶନିବାର ସୋନିଆ ଗାନ୍ଧୀ ପ୍ରଥମ ଥର ପାଇଁ ରାଲି କରିଛନ୍ତି । ସେ ହୁବ୍‌ଲିରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ମଞ୍ଚ ଉପରକୁ ଆସିବା ମାତ୍ରେ ହିଁ ସେ ବିଜେପିକୁ ଗଣତନ୍ତ୍ରର ପରବାୟ କରୁନଥିବା ପାର୍ଟି କହିଥିଲେ । ସେ କହିଥିଲେ, ବିଜେପି ଏପରି ଏକ ପାର୍ଟି ଯିଏ ଚୋରିକରି କ୍ଷମତା ହାତେଇବାରେ ମାହିର । ସେ କହିଛନ୍ତି ବିଜେପି ନେତାମାନେ ଧମକ ଦେଉଛନ୍ତି, ପାର୍ଟି ନଜିତିଲେ କର୍ଣ୍ଣାଟକକୁ ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ମିଳିବନି ଏବଂ ଦଙ୍ଗା ହେବ । କର୍ଣ୍ଣାଟକର ଜନତା କୌଣସି ଆଶୀର୍ବାଦ ନୁହେଁ ନିଜ ପରିଶ୍ରମ ଉପରେ ଭରସା କରିଥାନ୍ତି ।

ସୋନିଆ କହିଛନ୍ତି, ଏବେ ଏହି ରାଜ୍ୟର ଭବିଷ୍ୟତ ପରିବର୍ତ୍ତନ ହେବାକୁ ଯାଉଛି ବୋଲି ମୋର ବିଶ୍ୱାସ । ଅନ୍ୟପକ୍ଷରେ କଂଗ୍ରେସ ଆତଙ୍କବାଦର ସମର୍ଥକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ ଜନସଭାରେ କରିଥିବା ଟିପ୍ପଣୀର ରାହୁଲ ଗାନ୍ଧୀ ଜବାବ ଦେଇଛନ୍ତି । ଶନିବାର ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି, ଆମ ପ୍ରଧାନମନ୍ତ୍ରୀ ଆତଙ୍କବାଦ କଥା କହୁଛନ୍ତି । ତାଙ୍କ ଅପେକ୍ଷା ମୁଁ ଆତଙ୍କବାଦକୁ ଭଲ ଭାବେ ବୁଝଛି । ମୋ ପରିବାର ଲୋକଙ୍କ ଆତଙ୍କବାଦୀମାନେ ମାରିଛନ୍ତି । ମୋ ଜେଜେମା’ଙ୍କୁ ହତ୍ୟା କରିଛନ୍ତି, ମୋ ପିତାଙ୍କ ହତ୍ୟା କରିଛନ୍ତି । ଆତଙ୍କବାଦ କ’ଣ ଏବଂ ଏହା କ’ଣ କରିଥାଏ ପ୍ରଧାନମନ୍ତ୍ରୀ ଅପେକ୍ଷା ମୁଁ ଭଲଭାବେ ଜାଣିଛି । ସେ ଆହୁରି କହିଛନ୍ତି, ଦେଶରେ ଆଜି ୪୦ ଲକ୍ଷ ବେକାର । ଏହାକୁ ନେଇ କର୍ଣ୍ଣାଟକର ଯୁବକମାନେ ଚିନ୍ତିତ । ରାଜ୍ୟରେ କଂଗ୍ରେସ ସରକାର ଗଠନ ହେଲେ ଗ୍ରାଜୁଏଟ୍‌ଙ୍କୁ ଦୁଇବର୍ଷ ପାଇଁ ମାସିକ ୩ ହଜାର ଏବଂ ଡିପ୍ଲୋମାଧାରୀଙ୍କୁ ପ୍ରତ୍ୟେକ ମାସରେ ୧୫ ଶହ ଟଙ୍କା ଭତ୍ତା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking