28.1 C
Bhubaneswar
Saturday, October 19, 2024
Homeଓଡିଶାଚନ୍ଦନରେ ମଦନମୋହନ ଟାହିଆ ପରିଧାନ କରି ଦିଶନ୍ତି ଅପୂର୍ବ ସୁନ୍ଦର

ଚନ୍ଦନରେ ମଦନମୋହନ ଟାହିଆ ପରିଧାନ କରି ଦିଶନ୍ତି ଅପୂର୍ବ ସୁନ୍ଦର

ପୁରୀ : ମାନବୀୟ ଲୀଳା ଖେଳା କରୁଥିବା ମହାପ୍ରଭୁଙ୍କ ଚାଲିଛି ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ପ୍ରତିଦିନ ସୁସଜ୍ଜିତ ଟାହିଆ ପରିଧାନ କରି ଜଳକ୍ରୀଡ଼ା କରୁଛନ୍ତି । ତେବେ ଏହି ଟାହିଆ ଶ୍ରୀମନ୍ଦିର ପ୍ରଶାସନ କି କୋ?ଣସି ମଠ ନୁହେଁ ବରଂ ଏକ ଘରୋଇ ସେବା । ଦୀର୍ଘ ୭୦ବର୍ଷ ଧରି ଏହି ପରିବାର ଟାହିଆ ଯୋଗାଇ ଆସୁଛନ୍ତି । ଏହି ମନଲୋଭା ଟାହିଆ ପରିଧାନ କରି ମଦନମୋହନ ବହୁତ୍ ସୁନ୍ଦର ଦେଖାଯାଇଥାନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବଙ୍କ ଚାଲିଛି ୨୧ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା । ପ୍ରତିଦିନ ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବା ସହ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଚନ୍ଦନ ଚକଡାରେ ପହଞ୍ଚିବା ପରେ ଆକର୍ଷଣୀୟ ଟାହିଆ ପରିଧାନ କରନ୍ତି । ତେବେ ଏହି ଟାହିଆ ପଛର ସୁନ୍ଦର କାହାଣୀ ରହିଛି ଯାହା ସମସ୍ତେ ଜାଣିନାହାନ୍ତି ।

ପୂର୍ବରୁ କେନ୍ଦୁଝର ରାଣୀ ଏହି ଟାହିଆ ଯୋଗାଉଥିଲେ । ତାଙ୍କ ପରେ ଜଗନ୍ନାଥବଲ୍ଲଭ ମଠରେ ଥିବା ସାଧୁ ଆଦିକନ୍ଦ ଦାସଙ୍କ ପାଖରେ ଏହି ଟାହିଆ ଛାଞ୍ଚ ରହିଥିଲା । ଦଇତାପଡ଼ା ସାହିର ଅବଧୂତ ପଟନାୟକଙ୍କ ସାଧୁଙ୍କ ଠାରୁ ଏହି ଛାଞ୍ଚ ନେଇ ଦୀର୍ଘ ୭୦- ୮୦ବର୍ଷ ହେବ ଏହି ଟାହିଆ ଯୋଗାଉଛନ୍ତି । ଜୁଇ କଢ଼, ବଉଳଫୁଲ, ସୁବର୍ଣ୍ଣଗନ୍ଧା, ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ୟବହାର କରି ଏହି ଟାହିଆ ପ୍ରସ୍ତୁତ ହୋଇଥାଏ । ଏହି ଘରୋଇ ସେବାରେ ୧୫-୨୦ ଜଣ ଲାଗିଥାନ୍ତି । ଏହି ଟାହିଆ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଟଙ୍କାଟିଏ ମଧ୍ୟ ମିଳିନଥାଏ । କେବଳ ଉତ୍ସର୍ଗୀକୃତ ଓ ସେବା ମନୋଭାବ ନେଇ ପ୍ରଭୁଙ୍କ ପାଇଁ ବର୍ଷକରେ ୨୧ଦିନ ଏହି ପରିବାର ଏଭଳି ଟାହିଆ ପ୍ରସ୍ତୁତ କରିଥାନ୍ତି । ଗତ କିଛି ବର୍ଷ ଧରି ସାନ ମଠରେ ଏହି ଟାହିଆ ପ୍ରସ୍ତୁତ ହେଉଛି ।

ପଣସ ପତ୍ର, କଦଳୀ ପଟୁଆରେ ପ୍ରସ୍ତୁତ ହେଉଛି ଟାହିଆ । ପ୍ରସ୍ତୁତ ହେଉଥିବା ଏ କୁନି କୁନି ଟାହିଆ ଚନ୍ଦନ ଯାତ୍ରାରେ ମଦନମୋହନ ଏହି ଟାହିଆ ପରିଧାନ କରୁଛନ୍ତି । ଜୁଇ କଢ଼, ବଉଳଫୁଲ, ସୁଗନ୍ଧରାଜ, ମଲ୍ଲୀ ଆଦି ସୁବାସିତ ଫୁଲ ସହ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଗୋଲାପ ଓ ରଂଗଣୀ ଫୁଲ ବ୍ୟବହାର କରି ଏହି ଟାହିଆ ପ୍ରସ୍ତୁତ ହୋଇଥାଏ । ରାତି ଚାପକୁ ବିଜେ କଲା ବେଳେ ଠାକୁର ଏହି ଟାହିଆ ପରିଧାନ କରି ଦିଶନ୍ତି ଅପୂର୍ବ ସୁନ୍ଦର । ବାହାର ଚନ୍ଦନ ଯାତ୍ରାରେ ୨୦ ଦିନ କେବଳ ମଦନମୋହନ ଏବଂ ଶ୍ରୀକ୍ଷେତ୍ର ଭଉଁରୀ ଦିନ ମଦନମୋହନଙ୍କ ସମେତ ପଞ୍ଚମହାଦେବଙ୍କ ପାଇଁ ଟାହିଆ ପ୍ରସ୍ତୁତ କରାଯାଇଥାଏ । ଏଥିସହ ରୁକ୍ମିଣୀ ବିବାହ ଦିନ ମଧ୍ୟ ମଦନମୋହନ ଓ ରୁକ୍ମିଣୀଙ୍କ ନିମନ୍ତେ ଏହି ଟାହିଆ ପ୍ରସ୍ତୁତ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking