27.1 C
Bhubaneswar
Saturday, October 19, 2024
Homeଓଡିଶାମା ଶାଢୀରେ ପୁଅର ଆତ୍ମହତ୍ୟା

ମା ଶାଢୀରେ ପୁଅର ଆତ୍ମହତ୍ୟା

ଭୁବନେଶ୍ୱର: ମା’ର ଶାଢ଼ୀକୁ ବେକରେ ଦେଇ ଜଣେ ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ର ଆମ୍ଖହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ନାମ ଅତୁଲ କୁମାର ସିଆ (୨୧) ଓ ତାଙ୍କ ନିଜ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ହୋଇଥିବା ବେଳେ ସେ ବର୍ତ୍ତମାନ ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ସୂର୍ଯ୍ୟବିହାର ବଡ଼ମହାବୀରର ପ୍ଲଟ ନଂ ୬୨୮ରେ ଭଡ଼ାରେ ପରିବାର ସହ ରହୁଥିଲେ । ଆତ୍ମହତ୍ୟା କରିଥିବା ଅତୁଲ ଜଣେ ଟ୍ରାଫିକ ସ୍ୱେଚ୍ଛାସେବୀ ଭାବେ ମଧ୍ୟ କାର୍ଯ୍ୟ କରି ଆସୁଥିଲେ ।

ଆତ୍ମହତ୍ୟାର କାରଣ ଜଣାପଡ଼ି ନ ଥିବା ବେଳେ ପୁଲିସ ଖବରପାଇ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସୂଚନା ଅନୁଯାୟୀ, ସବୁଦିନ ପରି ଅତୁଲ ରବିବାର ରାତି ପ୍ରାୟ ୧୦ଟା ସମୟରେ ରାତ୍ର ଭୋଜନ କରିବା ପରେ ଶୋଇବାକୁ ଯାଇଥିଲା । ଏହାର ଏକଘଣ୍ଟା ପରେ ତା’ ମା ଅତୁଲ ଶୋଉଥ୍ଖବା ଘରର କବାଟ ଖୋଲି ଦେଖିବାରୁ ସେ ବେକରେ ଶାଢ଼ୀ ଦେଇ ଫ୍ୟାନରେ ଝୁଲି ପଡ଼ିଛି ।

ଏନେଇ ମା’ ଘରର ଅନ୍ୟ ଲୋକଙ୍କୁ ଜଣାଇବା ପରେ ଘର ଲୋକେ ତୁରନ୍ତ ଅତୁଲଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଅତୁଲ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନ ଥିବା ବେଳେ ପୁଲିସ ଏହାର ଯାଞ୍ଚ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking