କଟକ:ରାଜ୍ୟ ପରିବହନ କର୍ତ୍ତୃପକ୍ଷ ତଥା ପରିବହନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ଥର ବିଭାଗୀୟ ଅଧିକାରୀଙ୍କ ପାଇଁ ଇ-ଚାଲାଣ ଓ ଏଥିରୁ ଜରିମାନା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଥି ସହିତ ମୋଟର ଭେହିକିଲ୍ ନିୟମ ଉଲ୍ଲଂଘନ ପାଇଁ ଜୋରିମାନା ଆଦାୟ କରିବାକୁ ମଧ୍ୟ ସମସ୍ତ ଆରଟିଓ, ଏମ୍ଭିଆଇ ଓ ଡିଏସ୍ଟିଙ୍କ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ବିଭିନ୍ନ ବାବଦରେ ଇ-ଚାଲାଣ ଓ ଜୋରିମାନାରୁ ୧୪୧ କୋଟି ୯୦ ଲକ୍ଷ ଟଙ୍କା ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୨-୨୩ ଆର୍ôଥକ ବର୍ଷର ଗାଡ଼ି ଯାତାୟାତ ଓ ଅନ୍ୟ ତଥ୍ୟକୁ ଆଧାର କରି ଏଭଳି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପୂର୍ବରୁ ଏନେଇ ଆରଟିଓଙ୍କୁ କୌଣସି ଧାର୍ଯ୍ୟ ଲକ୍ଷ୍ୟ ଦିଆଯାଉନଥିଲା । ତେବେ ନିୟମିତ ଚଢଉ ଓ ଜୋରିମାନା ଆଦାୟ ଫଳରେ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ପାଉଥିବାରୁ ଏବେ ଚଢଉକୁ ଗୁରୁତ୍ୱ ଦିଆଯାଉଥିବା ଦର୍ଶାଯାଇଛି ।