27.1 C
Bhubaneswar
Saturday, October 19, 2024
Homeଓଡିଶାଆଜି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା

ଆଜି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା

ଭୁବନେଶ୍ୱର: ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପୂର୍ବରୁ ଆଜି ଟ୍ରାଏଲ ରନ୍ ବା ପରୀକ୍ଷାମୂଳକ ଯାତ୍ରା ହେବ । ଏହି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ କାଲି ସକାଳ ୬ଟା ୧୦ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ । ହାୱଡ଼ାରୁ ପୁରୀ ମଧ୍ୟରେ ୬ଟି ସ୍ଥାନରେ ଏହି ଏକ୍ସପ୍ରେସ ରହଣି କରିବ । ହାୱଡ଼ାରୁ ବାହାରିବା ପରେ ଏହା ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହଣି କରିବା ପରେ ୧୨ଟା ୩୫ରେ ପୁରୀରେ ପହଞ୍ôଚବ । ସେହିପରି ଅପରାହ୍ନ ୧ଟା ୫୦ରେ ପୁରୀ ଛାଡ଼ି ରାତି ୮ଟା ୩୦ରେ ହାୱଡ଼ାରେ ପହଞ୍ଚିବ ।

ଆସନ୍ତା ମାସରେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚାଲିବାର ସମ୍ଭାବନା ଥିବାରୁ ଏହି ଟ୍ରାଏଲ୍ ରନ୍ କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିପାରନ୍ତି । ତେବେ ଏହାର ସମୟ ସାରଣୀ ପ୍ରସ୍ତୁତ ହୋଇନାହିଁ । ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଉଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking