32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶକଣ ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି ନୃତ୍ୟଶିଳ୍ପୀ...ଆସନ୍ତୁ ଜାଣିବା.....

କଣ ପାଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି ନୃତ୍ୟଶିଳ୍ପୀ…ଆସନ୍ତୁ ଜାଣିବା…..

ମୁମ୍ବାଇ: ଜଣାଶୁଣା ଗାୟିକା, ନାୟିକା ତଥା ନୃତ୍ୟଶିଳ୍ପୀ ସପ୍‌ନା ଚୌଧୁରୀ ଆଜି ଜଣେ ବଡ଼ ଷ୍ଟାର୍‌ ବନି ସାରିଛନ୍ତି। ସାରା ଦେଶର ଲୋକ ହରିଆଣା‌ର ଏହି ନୃତ୍ୟଶିଳ୍ପୀଙ୍କ କଳାରେ ଆକୃଷ୍ଟ ହୁଅନ୍ତି। କଠିନ ପରିଶ୍ରମ କରି ସେ ଆଜି ନିଜର ସ୍ଥିତି ସୁଦୃଢ଼ କରିପାରିଛନ୍ତି। ତାଙ୍କ ନୂଆ ହରିଆଣୀ ଗୀତ ‘ତେରେ ପ୍ୟ‌ାର୍‌ କି ବନ୍ଧୁକ’ ରିଲିଜ୍‌ ହୋଇସାରିଛି। ତାଙ୍କର ସବୁ ଗୀତ ପରି ଏହି ଗୀତଟି ବି ରିଲିଜ୍‌ ହେଉ ହେଉ ଦର୍ଶକଙ୍କ ମନକୁ ଛୁଇଁ ପାରିଛି। ସପ୍‌ନା ଚୌଧୁରୀଙ୍କର କେଉଁ ବି ମ୍ୟୁଜିକାଲ୍‌ ଭିଡିଓକୁ ଲୋକେ ନାପସନ୍ଦ କରନ୍ତି ନାହିଁ। ସେ ଯେଉଁ ଗୀତରେ ବି ନଜର ଆସନ୍ତି, ଭର୍‌ପୂର ମନୋରଞ୍ଜନର ସହ ଆସନ୍ତି। ଆଜି ସେ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର। ମାତ୍ର ଆରମ୍ଭରୁ ଏପରି ନଥିଲା। ବହତ କଠିନ ଥିଲା ସପ୍‌ନାଙ୍କ ରାସ୍ତା।

ଅତୀତରେ ଥରେ ଚର୍ଚ୍ଚା ହୋଇଥିଲା ସେ ସପ୍‌ନା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ଜୀବନରେ ଏକ ମୁହୂର୍ତ୍ତ ଏପରି ବି ଆସିଥିଲା, ‌ଯେଉଁ ମୁହୂର୍ତ୍ତରେ ସେ ନିଜକୁ ଶେଷ କରିଦେବାର ନିଷ୍ପତ୍ତି ନେଇଥିଲେ। ଏହା ହେଉଛି ୨୦୦୬ ମସିହାର କଥା। ସେ ସମୟରେ ଏହି ଡ୍ୟ‌ାନ୍ସି କୁଇନ୍‌ ଖୁବ୍ ବିଶାଦଗ୍ରସ୍ତ ରହୁଥିଲେ, ଏପରିକି ଜୀବନ ତାଙ୍କ ପାଇଁ ବୋଝ ହୋଇ ଯାଇଥିଲା।

ସୌଭାଗ୍ୟକୁ ସପ୍‌ନା ନିଜ ଜୀବନ ହାରିବା ଉଦ୍ୟମ କରିଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନିଆଯାଇ ତାଙ୍କର ଚିକିତ୍ସା କରାଯାଇଥିଲା ଓ ସେ ବଞ୍ଚି ଯାଇଥିଲେ। ସପ୍‌ନାଙ୍କ ଏକ ଗୀତକୁ ନେଇ ସେ ସମୟରେ ବିବାଦ ହୋଇଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ଗୀତ ଜରିଆରେ ଜାତିବାଦକୁ ପ୍ରୋତ୍ସାହିତ କରୁଛନ୍ତି। ଏପରିକି ତାଙ୍କ ନାମରେ ମାମଲା ବି ରୁଜୁ ହୋଇଥିଲା। ସେଥିପାଇଁ ମାନଶିକ ଚାପରେ ଆସି ସପ୍‌ନା ବିଷ ପିଇ ଦେଇଥିଲେ। ସେ ଏକ ସୁଇସାଇଡ୍‌ ନୋଟ୍‌ ବି ଲେଖିଥିଲେ। ଯାହା ସେ ସମୟରେ ଖୁବ୍‌ ଭାଇରାଲ୍‌ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking