32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବ୍ୟାଙ୍କକ୍ ର ଏହି ୫ଟି ସ୍ଥାନ ବୁଲିବାକୁ ଜମା ବି ଭୁଲିବେନି

ବ୍ୟାଙ୍କକ୍ ର ଏହି ୫ଟି ସ୍ଥାନ ବୁଲିବାକୁ ଜମା ବି ଭୁଲିବେନି

ନୂଆଦିଲ୍ଲୀ: ବ୍ୟାଙ୍କକ୍ ଦୁନିଆର ଏପରି ଏକ ସହର, ଯେଉଁଠାରେ ପ୍ରାୟ ସମସ୍ତ ଦେଶର ଲୋକମାନେ ପରିଦର୍ଶନ ଆସିଥାଆନ୍ତି । ବ୍ୟାଙ୍କକକ୍ ରେ ନାଇଟ୍ ଲାଇଫ୍ ଓ ମସାଜ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ବ୍ୟାଙ୍କକକ୍ ରେ ଏପରି କିଛି ସ୍ଥାନ ଅଛି ଯାହା ରେଡ଼ ଲାଇଟ ଅଞ୍ଚଳ ଭାବେ ଜଣାଶୁଣା । ବ୍ୟାଙ୍କକ୍ ଏସିଆ ମହାଦେଶରେ ଅବସ୍ଥିତ ଏକ ଦେଶ, ଯେଉଁଠାରେ ଅନ୍ୟ ଦେଶ ଅପେକ୍ଷା ଅଧିକ ପର୍ଯ୍ୟଟକ ପରିଦର୍ଶନ କରିବାକୁ ବେଶି ପସନ୍ଦ କରିଥାଆନ୍ତି ।

ଫ୍ଲୋଟିଙ୍ଗ ମାର୍କେଟ: ବ୍ୟାଙ୍କକ୍ ର ଫ୍ଲୋଟିଙ୍ଗ ମାର୍କେଟ୍ ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ପର୍ଯ୍ୟଟକମାନେ ଏହି ବଜାରକୁ ଖୁବ ପସନ୍ଦ କରିଥାଆନ୍ତି । ନଦୀ ମଝିରେ ଭାସୁଥିବା ଡଙ୍ଗା ଓ ଚାରିପାଖରେ ଥିବା ରଙ୍ଗୀନ ଫଳ ଓ ପନିପରିବା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏହି ଡଙ୍ଗାରେ ଯାତ୍ରା କରି ଆପଣ ଭାସମାନ ବଜାରକୁ ଉପଭୋଗ କରିପାରିବେ । ଡଙ୍ଗାରେ ଆପଣ ଫଳ ଓ ପନିପରିବା, ନଡି଼ଆ ରସ, ବିଦେଶୀ ଫଳ ଇତ୍ୟାଦି କିଣି ପାରିବେ ।

ୱାଟ ଅରୁଣ: ୱାଟ ଅରୁଣ ୱାଟ ଚେଙ୍ଗ ନାମରେ ମଧ୍ୟ ବେଶ ଜଣାଶୁଣା । ଏହା ଚାଓ ଫ୍ରାୟ ନଦୀର ପଶ୍ଚିମ କୂଳରେ ଅବସ୍ଥିତ। ଏହା ବ୍ୟାଙ୍କକ୍ ର ସବୁଠାରୁ ଚମତ୍କାରୀ ବୌଦ୍ଧ ମଠ ମଧ୍ୟରୁ ଅନ୍ୟତମ । ଏହାର ଡିଜାଇନ୍ ଅନ୍ୟ ମନ୍ଦିର ଓ ମଠ ଠାରୁ ଭିନ୍ନ ଅଟେ । ଏହାର ବିଶେଷତ୍ୱ ହେଉଛି ଏହି ମନ୍ଦିର ପାଣ ଉପରେ ବିରାଜମାନ । ଏହା ସକାଳ ୯ଟାରୁ ସଂଦ୍ଧ୍ୟା ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଖୋଲାଥାଏ ।

ସିଆମ୍ ଓସେନ ୱାର୍ଲ୍ଡ ଆକ୍ୱାରିୟମ୍: ଦକ୍ଷିଣ ପୂର୍ବ ଏସିଆର ସିଆମ୍ ଓସେନ ୱାର୍ଲ୍ଡ ଆକ୍ୱାରିୟମ୍ ହେଉଛି ସର୍ବବୃହତ ଆକ୍ୱାରିୟମ୍ । ଏଠାରେ ୪୦୦ରୁ ଅଧିକ ପ୍ରଜାତିର ମାଛ, କ୍ରୋଟାସିଆନ୍ ଓ ଏପରିକି ପେଙ୍ଗୁଇନ୍ ରହିଛନ୍ତି । ଏହା ବ୍ୟତୀତ ଏଠାରେ ଆପଣ ସାର୍କ ଓ ପେଙ୍ଗୁଇନ୍ ସହିତ ଗାଧୋଇ ପାରିବେ, ଏପରିକି ସେମାନଙ୍କୁ ଖାଇବାକୁ ଦେଇପାରିବେ । ସିଆମ୍ ଓସେନ ୱାର୍ଲ୍ଡ ଖୋଲିବାର ସମୟ ୧୦ଟାରୁ ୯ଟା ପର୍ଯ୍ୟନ୍ତ ।

ସଫାରୀ ୱାର୍ଲଡ଼: ସଫାରୀ ୱାର୍ଲଡ଼ ଦୁନିଆର ସର୍ବବୃହତ ‘ଖୋଲା ଆକାଶ ପ୍ରାଣୀ ଉଦ୍ୟାନ’  ଅଟେ । ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛ । ଡ୍ରାଇଭ୍ ସଫାରି ପାର୍କ ଓ ସାମୁଦ୍ରିକ ପାର୍କ । ଏହି ପାର୍କରେ ପ୍ରାଣୀ ଉଦ୍ୟାନ ଦେଖିବା ସହ ଆପଣ ଏକ ମଜାଳିଆ ସଫାରୀର ମଜା ନେଇପାରିବେ । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଡଲଫିନ୍ ମାନେ ଅନେକ ଷ୍ଟଣ୍ଟ୍ ମଧ୍ଯ କରିଥାଆନ୍ତି । ଏହି ପାର୍କରେ ବିଶ୍ବର ଶହ ଶହ ପ୍ରାଣୀ, ଦେଶୀ ଓ ସ୍ୱଦେଶୀ ପ୍ରଜାତି ବସବାସ କରିଥାଆନ୍ତି ଯାହା ଏହି ପାର୍କର ବିଶେଷତ୍ବ ଅଟେ । ସଫାରି ୱାର୍ଲ୍ଡ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ।

ସିଆନ୍ ପାର୍କ ସିଟି: ୧୯୮୦ରେ ପ୍ରତିଷ୍ଠିତ ଏହି ସିଆନ୍ ପାର୍କ ସିଟି ଥାଇଲ୍ୟାଣ୍ଡର ସବୁଠାରୁ ବଡ଼ ଥିମ୍ ପାର୍କ ଅଟେ । ଯାହା ପ୍ରାୟ ୧୨୦ ଏକର ପରିମିଟ୍ ୫ଟି କ୍ଷେତ୍ରକୁ ନେଇ ଗଠିତ । ପରିବାର ସହ ଆପଣ ଏହି ଥିମ୍ ପାର୍କରେ ଉପଭୋଗ କରିପାରିବେ । ସିଆମ୍ ପାର୍କ ସିଟି ସକାଳ ୧୦ ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking