ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଳା ହାରିସ୍ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁଣିଥରେ ଲଢ଼ିବେ । ମଙ୍ଗଳବାର ଦୁହେଁ ଏହାର ଘୋଷଣା କରିଛନ୍ତି । ତିନି ମିନିଟ୍ର ଏକ ଭିଡିଓ ଜାରିକରି ୮୦ ବର୍ଷୀୟ ବାଇଡେନ୍ ରାଷ୍ଟ୍ରପତି ଏବଂ କମଳା ହାରିସ୍ ଉପରାଷ୍ଟ୍ରପତ ପଦ ପାଇଁ ନିଜ ନିଜର ପ୍ରାର୍ଥୀତ୍ୱର ଘୋଷଣା କରିଛନ୍ତି ।
ଭିଡିଓରେ ବାଇଡେନ୍ କହିଛନ୍ତି, ଚାରିବର୍ଷ ତଳେ ନିର୍ବାଚନ ଲଢ଼ୁଥିବା ବେଳେ କହିଥିଲି ଆମେରିକାର ଆତ୍ମାକୁ ବଞ୍ଚାଇବା ପାଇଁ ଏହି ଲଢ଼େଇ ଲଢ଼ୁଛି । ଏବେ ମଧ୍ୟ ଆମେରିକାର ଆତ୍ମାକୁ ବଞ୍ଚାଇବା ପାଇଁ ପୁଣିଥରେ ନିର୍ବାଚନ ଲଢ଼ୁଛି । ବାଇଡେନ୍ଙ୍କ ତିନି ମିନିଟ୍ର ଭିଡିଓର ଆରମ୍ଭ ୨୦୨୦ରେ ହ୍ୱାଇଟ୍ ହାଉସ୍ ଉପରେ ଟ୍ରମ୍ପ୍ ସମର୍ଥକଙ୍କ ଆକ୍ରମଣରୁ ହୋଇଥିଲା । ଏହାପରେ ସେ ଭାଷଣ ଦେଇଥିଲେ । ନିଜର ଏହି ଭିଡିଓରେ ଟ୍ରମ୍ପ୍ ସମର୍ଥକଙ୍କୁ ବାଇଡେନ୍ ଚରମପନ୍ଥୀ ବୋଲି କହିଛନ୍ତି ।