28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପିଏସ୍‌ଏଲ୍‌ଭି-ସି୫୫ ମିଶନ୍‌ର ସଫଳ ପରୀକ୍ଷଣ; ସିଙ୍ଗାପୁରର ଦୁଇଟି ଉପଗ୍ରହ କକ୍ଷରେ ସ୍ଥାପିତ

ପିଏସ୍‌ଏଲ୍‌ଭି-ସି୫୫ ମିଶନ୍‌ର ସଫଳ ପରୀକ୍ଷଣ; ସିଙ୍ଗାପୁରର ଦୁଇଟି ଉପଗ୍ରହ କକ୍ଷରେ ସ୍ଥାପିତ

ଶ୍ରୀହରିକୋଟା : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଶନିବାର ଅପରାହ୍ଣରେ ପିଏସ୍‌ଏଲ୍‌ଭି-ସି ୫୫ ରକେଟ୍ ମାଧ୍ୟମରେ ସିଙ୍ଗାପୁରର ଦୁଇଟି ଉପଗ୍ରହକୁ ସଫଳତାର ସହିତ ଲଞ୍ଚ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଅନ୍ତରୀକ୍ଷ କେନ୍ଦ୍ରରୁ ଅପରାହ୍ନ ୨ଟା ୧୯ ମିନିଟ୍‌ରେ ପଠାଯାଇଥିବା ମିଶନ୍‌ରେ ସିଙ୍ଗାପୁରର ଉପଗ୍ରହ ଟେଲିଓଏସ୍‌-୨ ଏବଂ ଲ୍ୟୁମଲାଇଟ୍‌-୪କୁ ପୃଥିବୀର ନିମ୍ନ କକ୍ଷରେ ସଫଳତାପୂର୍ବକ ସ୍ଥାପନ କରାଯାଇଛି । ଏହି ମିଶନ୍‌ରେ ଇସ୍ରୋର ଏକ୍ସପେରିମେଣ୍ଟାଲ୍ ପ୍ଲାଟ୍‌ଫର୍ମ ପିଓଇଏମ୍ ମଧ୍ୟ ପଠାଯାଇଛି । ପିଓଇଏମ୍ ଅନ୍ତରୀକ୍ଷର ଭାକ୍ୟୁମ୍‌ରେ କେତେକ ପରୀକ୍ଷଣ କରିବ ।

ଏହା ପିଏସ୍‌ଏଲ୍‌ଭିର ୫୭ତମ ପରୀକ୍ଷଣ । ପିଓଇଏମ୍‌ର ପୂରା ନାମ ପିଏସ୍‌ଏଲ୍‌ଭି ଏକ୍ସପେରିମେଣ୍ଟାଲ୍ ମଡ୍ୟୁଲ୍ । ପିଏସ୍‌ଏଲ୍‌ଭି ୪ ପର୍ଯ୍ୟାୟ ବିଶିଷ୍ଟ ରକେଟ୍ ହୋଇଥିବା ବେଳେ ଉତ୍‌କ୍ଷେପଣ ପରେ ଏହାର ତିନିଟି ପର୍ଯ୍ୟାୟ ସମୁଦ୍ରରେ ପଡ଼ିଥାଏ । ଅନ୍ତିମ ଅର୍ଥାତ୍ ଚତୁର୍ଥ ପର୍ଯ୍ୟାୟ ଯାହାକୁ ପିଏସ୍‌-୪ କୁହାଯାଏ ଉପଗ୍ରହକୁ ନିଜ କକ୍ଷରେ ପହଞ୍ଚାଇବା ପରେ ଅନ୍ତରୀକ୍ଷରେ ବିଚ୍ଛିନ୍ନ ହୋଇଥାଏ । ଏବେ ଏହାରି ଉପରେ ପ୍ରୟୋଗ ପାଇଁ ପିଓଇଏମ୍‌ର ବ୍ୟବହାର କରାଯିବ । ଏପରି ଚତୁର୍ଥ ଥର ପାଇଁ କରାଯାଉଛି ।

ଆଜି ଅନ୍ତରୀକ୍ଷକୁ ପଠାଯାଇଥିବା ଟେଲିଓଏସ୍‌-୨ ଏକ ଟେଲି କମ୍ୟୁନିକେସନ୍ ଉପଗ୍ରହ । ଏହାକୁ ସିଙ୍ଗାପୁର ସରକାର ଇଞ୍ଜିନିୟରିଂ ଛାତ୍ରଙ୍କ ସହିତ ମିଳିତ ଭାବେ ନିର୍ମାଣ କରିଛନ୍ତି । ଏହା ଦିନ-ରାତି ଏବଂ ସମସ୍ତ ପାଣିପାଗରେ କଭରେଜ୍ ଦେବାରେ ସକ୍ଷମ ହେବ । ୭୪୧ କେଜି ଓଜନର ଏହି ଉପଗ୍ରହ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ସୂଚନା ପ୍ରଦାନ କରିବ । ସେହିପରି ଲ୍ୟୁମଲାଇଟ୍‌-୪ ଉପଗ୍ରହକୁ ସିଙ୍ଗାପୁର ଇନ୍‌ଫର୍ମେସନ୍ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ (ଆଇ୨ଆର୍‌) ଏବଂ ନାସ୍‌ନାଲ୍ ୟୁନିଭର୍ସିଟି ଅଫ୍ ସିଙ୍ଗାପୁରର ସାଟେଲାଇଟ୍ ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର୍ (ଷ୍ଟାର୍‌)ର ମିଳିତ ସହଯୋଗରେ ନିର୍ମାଣ କରାଯାଇଛି । ସିଙ୍ଗାପୁରର ଇ-ନେଭିଗେସନ୍ ସାମୁଦ୍ରିକ ସୁରକ୍ଷାକୁ ବୃଦ୍ଧି କରିବା ସହିତ ଗ୍ଲୋବାଲ୍ ଶିପିଙ୍ଗ୍ କମ୍ୟୁନିଟିକୁ ଲାଭ ପ୍ରଦାନ କରିବା ଏହାର ଉଦ୍ଦେଶ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking