20.1 C
Bhubaneswar
Thursday, December 26, 2024
Homeଅପରାଧପ୍ରଥମେ ବନ୍ଧୁତା ତାପରେ ଅପହରଣ ଆଉ ତାପରେ...

ପ୍ରଥମେ ବନ୍ଧୁତା ତାପରେ ଅପହରଣ ଆଉ ତାପରେ…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାନ୍ଦାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାକୁ ତା’ର ସାବତ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ନାବାଳିକା ଜଣକ ବିରୋଧ କରିବାରୁ ସାବତ ବାପ ଜଣକ ତାକୁ ମାରଧର କରୁଥିଲେ ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ମାଆଙ୍କ ଅଭିଯୋଗକୁ ଭିତ୍ତି କରି ପୋଳିସ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏବେ ଅଭିଯୁକ୍ତକୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଏହି ମାମଲା ବବେରୁ ଥାନା ଅନ୍ତର୍ଗତ ଏକ ଗାଁର । ଏଠାରେ ରହୁଥିବା ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଡେଟିଂ ଆପ୍ ଜରିଆରେ ରାଜସ୍ଥାନର ଜଣେ ମହିଳାଙ୍କ ସହ ବନ୍ଧୁତ୍ୱ କଲେ । ମହିଳାଙ୍କର ପୂର୍ବ ସ୍ୱାମୀଙ୍କ ସୂତ୍ରରୁ ଏକ ନାବାଳିକା ଝିଅ ଥିଲା । ପ୍ରାୟ ୧ ବର୍ଷ ଧରି କଥା ହେବା ପରେ ମହିଳା ଓ ଉକ୍ତ ବ୍ୟକ୍ତି ଜଣକ ପରସ୍ପରଙ୍କୁ ବିବାହ କରି ରାଜସ୍ଥାନର ବାନ୍ଦାରେ ପତି-ପତ୍ନୀ ହୋଇ ଏକାଠି ରହିଲେ । ସେମାନଙ୍କ ସହ ମହିଳାଙ୍କ ନାବାଳିକା ଝିଅ ବି ରହୁଥିଲା ।

ମହିଳା ଜଣକ ବାରମ୍ବାର ମୁମ୍ବାଇ ଯିବାକୁ କହୁଥିଲେ । ମାତ୍ର ଅଭିଯୁକ୍ତ ସବୁବେଳେ ତାଙ୍କ କଥାକୁ ଏଡ଼େଇ ଦେଉଥିଲା । ଶେଷରେ ଗତ ୧୯ ତାରିଖରେ ଅଭିଯୁକ୍ତ ମହିଳାଙ୍କ ନାବାଳିକା ଝିଅର ଦୁଷ୍କର୍ମ ହୋଇଥିବା କଥା ସାମ୍ନାକୁ ଆସିଛି । ନବାଳିକା ଜଣକ ବିରୋଧ କରିବାକୁ ଅଭିଯୁକ୍ତ ଶାରୀରିକ ନିର୍ଯାତନା ଦେଇଥିଲେ ସାବତ ବାପା । ପରେ ମହିଳା ଅଭିଯୋଗ ଆଣିବା ପରେ ତାଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking