23.1 C
Bhubaneswar
Thursday, December 19, 2024
Homeଓଡିଶାତାତିରୁ ମିଳିଲା ଆଶ୍ୱସ୍ତି, ୨୬ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ତାତିରୁ ମିଳିଲା ଆଶ୍ୱସ୍ତି, ୨୬ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତ ୧୦ଦିନ ଧରି ଜାରି ରହିଥିବା ଅସହ୍ୟ ତାତିରୁ ଆଜି ସାମାନ୍ୟ ଆଶ୍ୱସ୍ତି ମିଳିଛି । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ଂରୁ ଅଧିକ ଅରୁଥିବା େବେଳ ଆଉ କିଛି ସହରର ତାପମାତ୍ରା ମଧ୍ୟ ୪୪ଂ ପାର କରିଥିଲା । ଦିନର ଗୁଳୁଗୁଳି ଓ ତାତି ଅସହ୍ୟ ହୋଇପଡିଥିଲା । ତେବେ ଶୁକ୍ରବାର କାଳବୈଷାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘୁର୍ଣ୍ଣିଝଡ଼ ସହିତ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ହୋଇଛି । ଫଳରେ ରାଜ୍ୟବ୍ୟାପି ତାପମାତ୍ରା ହ୍ରାସ ପାଇଛି । ଗତ ୨୪ଘଣ୍ଟା ପୂର୍ବରୁ ରାଜଧାନୀର ତାପମାତ୍ରା ୪୩.୨ଂ ରହିଥିବା ବେଳେ ଆଜି ୭.୧ଂ ହ୍ରାସ ପାଇ ୩୬.୧ଂରେ ପହଞ୍ôଚଛି ।

ଭୂବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୬ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଆସନ୍ତାକାଲି କାଳବୈଶାଖୀ ବର୍ଷା ସହ କୁଆପଥର ମାଡ଼ ସାଙ୍ଗକୁ ୪୦ ରୁ ୫୦ କିମି ବେଗରେ ପବନ ବୋହିବାର ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ନୟଗଡ, ଖୋର୍ଦ୍ଧା, କଟକ, ପୁରୀ, ନୂଆପଡା, ବଲାଙ୍ଗୀର, ମୟୁଭଞ୍ଜ ଏବଂ କେନ୍ଦୁଝରରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୨୩ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ଗଜପତି, ଖୋର୍ଦ୍ଧା, ପୁରୀ, ନୟାଗଡ, କୋରାପୁଟ, ମାଲକାନଗିରି, ରାୟଗଡା, କଟକ, ଜଗତସିଂପୁର, ନବରଙ୍ଗପୁରର କିଛି ସ୍ଥାନରେ ବିଜୁଳି ପବନ ସହ ବର୍ଷା ସମ୍ଭାବନା ରହିଛି ।

ତେବେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୪୦କିମିରୁ ୫୦କିମି ମଧ୍ୟରେ ବହିବ । ୨୪ତାରିଖରେ ଉପକୂଳଜିଲ୍ଲା ମଧ୍ୟରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂପୁର, ନୟାଗଡ, ପୁରୀ, ଗଞ୍ଜମା, ଗଜପତି ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ ୨ଟି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପବୂର ବେଗ ମଧ୍ୟ ଘଣ୍ଟା ପ୍ରତି ୪୦ରୁ ୫୦କିମି ମଧ୍ୟରେ ରହିବ । ତେଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ୨୬ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍‌ଗପୁର, କଳାହାଣ୍ଡିରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି ।

ଶୁକ୍ରବାର କାଳବୈଷାଖି ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ତାପମାତ୍ରା ୪୦ଂ ତଳକୁ ଖସିଛି । ତେବେ ସେଥିରୁ କଟକ ୩୪ଂ ରହିଥିବା ବେଳେ ଗୋପାଳପୁର ୩୬.୨ଂ, ବାରିପଦା ୩୭.୪ଂ, ଜଗତସିଂହପୁରରେ ୩୪.୮, ତାଳଚେରରେ ୩୪.୬, ପାରାଦୀପରେ ୩୪.୬, କେନ୍ଦ୍ରାପଡ଼ାରେ ୩୪.୪, ଭଦ୍ରକରେ ୩୪.୪, ଅନୁଗୋଳରେ ୩୪.୧, କଟକରେ ୩୪, ଚାନ୍ଦବାଲିରେ ୩୪, ସମ୍ବଲପୁରରେ ୩୩.୯, ଭବାନୀପାଟଣାରେ ୩୩.୫, ଢେଙ୍କାନାଳରେ ୩୩, ଖୋର୍ଦ୍ଧାରେ ୩୩, ହୀରାକୁଦରେ ୩୨.୬, ଫୁଲବାଣୀରେ ୩୨.୬, ନବରଙ୍ଗପୁରରେ ୩୨.୨, ନୟାଗଡ଼ରେ ୩୨, ବରଗଡ଼ରେ ୩୨, ଦାରିଙ୍ଗବାଡ଼ିରେ ୩୧.୫, କେନ୍ଦୁଝରରେ ୩୧, ସୋନପୁରରେ ୩୦.୭, ଟିଟିଲାଗଡ଼ରେ ୩୦ ଓ ବଲାଙ୍ଗିରରେ ୨୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking