19.1 C
Bhubaneswar
Wednesday, December 25, 2024
Homeଦେଶ ବିଦେଶଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ଓହିୟୋ : ଆମେରିକାର ଓହିୟୋରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତଙ୍କ ତଲାସ କରୁଛି । ଆକ୍ରମଣର କାରଣ ଜଣାପଡ଼ିନଥିବା ବେଳେ ମାମଲା ଚୋରି ସହିତ ସମ୍ପୃକ୍ତ ହୋଇପାରିଥାଏ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ମୃତ ଛାତ୍ରଙ୍କ ନାମ ସାଈଶ ବୀରା (୨୪) ଏବଂ ସେ ଆନ୍ଧ୍ରପ୍ରଦେଶର ଇଲୁରୁ ନିବାସୀ ।

ସାଈଶ ଆମେରିକାରେ ପାଠ ପଢ଼ିବା ସହିତ ଏକ ଗ୍ୟାସ୍ ଷ୍ଟେସନ୍‌ରେ କାମ କରୁଥିଲେ । ସେହି ଗ୍ୟାସ୍ ଷ୍ଟେସନ୍‌ରେ ହିଁ ତାଙ୍କୁ ଗୁଳି କରାଯାଇଛି । ୨୦୨୧ ନଭେମ୍ବରରେ ଆମେରିକା ଆସିଥିବା ସାଈଶଙ୍କର ୧୦ ଦିନ ପରେ ପୋଷ୍ଟ ଗ୍ରାଜୁଏସନ୍ ପୂରା ହୋଇଥାନ୍ତା । ପୁଲିସ ଅନୁସାରେ ଏପ୍ରିଲ୍ ୨୦ ତାରିଖରେ ଓହିୟୋର କଲମ୍ବସ୍ ସହରରେ ଏହି ଘଟଣା ଘଟିଛି ।

ଅପରାହ୍ଣ ୧୨ଟା ୫୦ ସମୟରେ ସାଈଶଙ୍କୁ ଗୁଳି କରାଯାଇଥିବା ବେଳେ ଅଧଘଣ୍ଟା ପରେ ହସ୍ପିଟାଲ୍‌ରେ ତାଙ୍କୁ ମୃତ୍ୟୁ ହୋଇଥିଲା । ଦୁବୃର୍ତ୍ତ ଫେରାର୍ ହୋଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ତାକୁ ଖୋଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking