27.1 C
Bhubaneswar
Sunday, October 20, 2024
Homeଅପରାଧମଦ୍ୟପ ଯୁବକଙ୍କ ଛୁରା ମାଡ଼ରେ ପୁଅ ମୃତ, ବାପା ଗୁରୁତର

ମଦ୍ୟପ ଯୁବକଙ୍କ ଛୁରା ମାଡ଼ରେ ପୁଅ ମୃତ, ବାପା ଗୁରୁତର

ଯାଜପୁର: ମଦ୍ୟପ ଯୁବକର ଉନ୍ମକ୍ତ କାଣ୍ଡ। ଯାଜପୁର ରୋଡ଼ ଥାନା ବାଳୁଙ୍ଗା ବନ୍ଦୀ ଗ୍ରାମରେ ମଦ୍ୟପ ଯୁବକଙ୍କ ଛୁରାମାଡ଼ରେ ପୁଅ ମୃତ ବାପ ଗୁରୁତର। ଗୁରୁତର ବାପାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଗଣେଶ ମଳିକଙ୍କୁ ଯାଜପୁର ରୋଡ଼ ଥାନାରେ ଅଟକ ରଖାଯାଇଛି । ସୂଚନା ମୁତାବକ ଗତକାଲି ବାଳୁଙ୍ଗାବନ୍ଦୀ ଗ୍ରାମର ସୁକାନ୍ତ ମଳିକ ଦାଣ୍ଡରେ ବସିଥିବା ସମୟରେ ମଦ୍ୟପ ଯୁବକ ପ୍ରବଳ ମଦ ପିଇ ଗାଁ ଦାଣ୍ଡରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ।

ସୁକାନ୍ତ ଗଣେଶଙ୍କୁ ଅଟକାଇବାକୁ ଉଦ୍ୟମ କରୁଥିବାବେଳେ ମଦ୍ୟପ ଯୁବକ ଜଣକ ସୁକାନ୍ତଙ୍କୁ ମାଡ ମାରିଥିଲେ। ବାପାଙ୍କୁ ମାଡ଼ ମାରୁଥିବା ଦେଖି ପୁଅ ମଦନ ଗଣେଶଙ୍କୁ ବିରୋଧ କରୁଥିବାବେଳେ ଗଣେଶ ଏକ ଧାରୁଆ ଛୁରାରେ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ବାପ ଓ ପୁଅଙ୍କୁ ଦାନଗଦି ମେଡିକାଲ ରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ପୁଅ ମଦନ ମଳିକ(୨୦) ଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ବାପା ସୁକାନ୍ତ ମଳିକ (୫୧ ) ଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର। ସେପଟେ ଅଭିଯୁକ୍ତ ମଦ୍ୟପ ଯୁବକ ଗଣେଶ ମଳିକ (୨୩) ଙ୍କୁ ଯାଜପୁର ରୋଡ଼ ଥାନାରେ ଅଟକ ରଖିଛି ଯାଜପୁର ରୋଡ଼ ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking