27.1 C
Bhubaneswar
Saturday, October 19, 2024
Homeଓଡିଶାହାଇକୋର୍ଟରେ ଖାଦ୍ୟ ସୁରକ୍ଷା ମାମଲା; ଖାଦ୍ୟ ଯୋଗାଣ ବିଭାଗକୁ ପ୍ରତିଜବାବ ଦାଖଲ ନିର୍ଦ୍ଦେଶ

ହାଇକୋର୍ଟରେ ଖାଦ୍ୟ ସୁରକ୍ଷା ମାମଲା; ଖାଦ୍ୟ ଯୋଗାଣ ବିଭାଗକୁ ପ୍ରତିଜବାବ ଦାଖଲ ନିର୍ଦ୍ଦେଶ

କଟକ: ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଅଡିଟ୍ ରିପୋର୍ଟ ସଂକ୍ରାନ୍ତ ମାମଲାର ଶୁଣାଣି କରି ହାଇକୋର୍ଟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗକୁ ପ୍ରତିଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଡକ୍ଟର ଏସ୍‌. ମୁରଲୀଧର ଏବଂ ବିଚାରପତି ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗାଇ ଦିଆଯାଉଥିବା ଅତ୍ୟାବଶ୍ୟକ ସାମଗ୍ରୀର ଅଡିଟ୍ ରିପୋର୍ଟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଦାଖଲ କରାଯିବା ପରେ ତାହା ଉପରେ ଆମିକସ୍‌କ୍ୟୁରୀ ଗୌତମ ମିଶ୍ର ଆଜି ଅଦାଲତରେ ଆଉ ଏକ ରିପୋର୍ଟ ଦାଖଲ କରିଛନ୍ତି ।

ଅଦାଲତଙ୍କ ନିର୍ଦ୍ଦେଶ ଆଧାରରେ ଯୋଗାଣ ବିଭାଗ କି’ ପଦକ୍ଷେପ ନେଇଛି ଏବଂ କ’ଣ ନେବା ଉଚିତ୍ ସେ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଉକ୍ତ ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଯୋଗାଣ ବିଭାଗକୁ ପ୍ରତିଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ ପହିଲାକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଅଦାଲତ ସମୟ ଧାର୍ଯ୍ୟ ହୋଇଛି । ଆମିକସ୍‌କ୍ୟୁରୀ ଦାଖଲ କରିଥିବା ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଖାଦ୍ୟଯୋଗାଣ ବିଭାଗ ପକ୍ଷରୁ ଯେଉଁ ସୋସିଆଲ୍ ଅଡିଟ୍ କରାଯାଇଛି ତାହା କେବଳ ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ନେଇ କରାଯାଇଛି । କିନ୍ତୁ ଏହି ସୋସିଆଲ୍ ଅଡିଟ୍‌ରୁ ମଧ୍ୟାହ୍ନଭୋଜନ, ଅଙ୍ଗନବାଡି ଶିଶୁଙ୍କ ପାଇଁ ଦିଆଯାଉଥିବା ଖାଦ୍ୟ, ମାତୃ ମଙ୍ଗଳ ପାଇଁ କରାଯାଇଥିବା ଯୋଜନା ଆଦି ବାଦ୍ ପଡ଼ିଛି । ଅନ୍ୟାନ୍ୟ କ୍ଷେତ୍ରରେ ହାଇକୋର୍ଟ ଯେଉଁ ଆଦେଶ ଦେଇଥିଲେ ତାହା ମଧ୍ୟ ଠିକ୍ ଭାବେ କାର୍ଯ୍ୟକାରୀ ହୋଇନଥିବା ଶ୍ରୀ ମିଶ୍ର ଉଲ୍ଲେଖ କରିଛନ୍ତି ।ଏହି ରିପୋର୍ଟ ଉପରେ ରାଜ୍ୟ ଯୋଗାଣ ବିଭାଗ ପ୍ରତିଜବାବ ରଖିବାକୁ ହାଇକୋର୍ଟ ନିଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ବିଭୁ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking