ଯାଜପୁର: ବ୍ୟାସନଗର ନାଗରିକ କମିଟି ଆନୁକୂଲ୍ୟରେ ଗଠନ କରାଯାଇଥିବା ମିଳିତ କ୍ରିୟାନୁଷ୍ଠାନ କମିଟି ସହଯୋଗରେ ୫ ଦଫା ଦାବି ନେଇ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କ ଅଫିସ ସମ୍ମୁଖରେ ୧୪ ଦିନ ଧରି ଚାଲୁଥିବା ଧାରଣା ଓ ଧର୍ମଘଟକୁ ସ୍ବତଃ ପ୍ରବୃତ୍ତ ଭାବେ ବିଭିନ୍ନ ସଂଗଠନ ଓ ସାଧାରଣ ଲୋକଙ୍କର ସମର୍ଥନ ମିଳିବାରେ ଲାଗିଛି। ହେଲେ ନିର୍ବାଚନ ସମୟରେ ବ୍ୟାସନଗରର ସର୍ବାଙ୍ଗୀନ ଉନ୍ନତି ପାଇଁ ଡିଣ୍ଡିମ ପିଟୁଥିବା ଅଧିକାଂଶ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କର ଦେଖାନାହିଁ। ଆସନ୍ତା କାଲି ବ୍ୟାସ ନଗର ବନ୍ଦ ଡାକରା ଦିଆ ଯାଇଛି l ସହର ଦୋକାନ ବଜାର ବନ୍ଦ ସାଙ୍ଗ କୁ ସରକାର ଙ୍କ ଦପ୍ତର ବନ୍ଦ ରହିବ ବୋଲି କ୍ରିୟାନୁଷ୍ଠା କମିଟି ରେ ନିଷ୍ପତ୍ତି ନିଆ ଯାଇଛି lଆଜି ଧାରଣା ସ୍ଥଳରେ ପହଞ୍ଚି ନବ ଉତ୍କଳ ମହିଳା ସମିତି, ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ୍, କ୍ରୀଡ଼ା ଭାରତୀ,ସର୍ବ ଭାରତୀୟ ମେଡିକାଲ ଆସୋସିଏସନ୍, ମାଲଗୋଦାମ ଲୋକାଲ ଟ୍ରକ୍ ଆସୋସିଏସନ୍, ଅଟୋ ଆସୋସିଏସନ୍,ଡିଡି ମାର୍କେଟ କମ୍ପ୍ଲେକ୍ସ,ସବ ରେଜିଷ୍ଟ୍ରାର ଡୋଲିପୁର ଦଲିଲ୍ ଲେଖକ ସଂଘ ଓ ବ୍ୟାସନଗର ସ୍ବର୍ଣ୍ଣାକାର ସଂଘର କର୍ମକର୍ତ୍ତାମାନେ ୫ ଦଫା ଦାବି ଓ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ବୋଲି ବ୍ୟାସନଗର ନାଗରିକ କମିଟିର ସାଧାରଣ ସମ୍ପାଦକ ଓ ଆବାହକ ଦୁର୍ଯ୍ୟୋଧନ ରାଉତ ପ୍ରକାଶ କରିଛନ୍ତି। ଆଜି ଧାରଣାରେ ଆବାହକ ତଥା ଶ୍ରମିକ ନେତା ବିଦ୍ୟାଧର ମହାନ୍ତି, ଡଃ ହେମନ୍ତ କିଶୋର ସାହୁ,ଡଃ ଦୁଷ୍ମନ୍ତ କୁମାର ନାୟକ, ରାଜେନ୍ଦ୍ର କୁମାର ବିଶ୍ବାଳ, ହୃଦାନନ୍ଦ ସାମଲ, ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ବାବୁରାମ ଜେନା, ଚିନ୍ତାମଣି ପାଢୀ,ବିଜୟ କୁମାର ସାହୁ, ଉମାକାନ୍ତ ରାଉତ, ଆଡଭୋକେଟ୍ ଚନ୍ଦ୍ରଶେଖର ପଣ୍ଡା,ଦାମୋଦର ପଣ୍ଡା, ସନ୍ତୋଷ କୁମାର ବରାଳ, ଅଭିମନ୍ୟୁ ରାଉତ, ପଦ୍ମଲୋଚନ ମହାନ୍ତି, ଜିତେନ୍ଦ୍ର କୁମାର ରାଉତ,ସନାତନ ମଲ୍ଲିକ, ଗଗନ ବିହାରୀ ସିଂ, ବିଶ୍ବନାଥ ସାହୁ, ଅଭିରାମ ସାହୁ, ମଧୁସୂଦନ ସାମନ୍ତରାୟ , ଦୁର୍ଗା ଚରଣ ପ୍ରତିହାରୀ, ଅଶୋକ ବୋଷ, ଅଶ୍ବିନୀ ଦାସ, ସୁବାଷ ଚନ୍ଦ୍ର ମିଶ୍ର, ହେମନ୍ତ ଧୀର, କେଦାରନାଥ ସାହୁ,ଅମୂଲ୍ୟ ତ୍ରିପାଠୀ, ଅଶ୍ବିନୀ କୁମାର ମହାନ୍ତି, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଦିନେଶ ମସକରା, ନିରଞ୍ଜନ ବିଶ୍ବାଳ, ବିଶ୍ବଜିତ ମହାନ୍ତି, ସୁଦର୍ଶନ ତରାଇ, ନିରଞ୍ଜନ ଘଡାଇ, ମହିଳା ସଂଗଠିକା ଜୟନ୍ତୀ ଜେନା, ଗୌରୀ ସାହୁ, ଗୀତାଞ୍ଜଳୀ ନାୟକ, ରୀନା ତ୍ରିପାଠୀ, ପ୍ରଫୁଲ୍ଲ କୁମାର ନାୟକ, ପବିତ୍ର ରଞ୍ଜନ ମହାନ୍ତି, ଜ୍ଞାନରଞ୍ଜନ ରାଉତ,ନରେଶ ମସକରା, ବିନୋଦ ବିହାରୀ ସାମଲ, ରଘୁନାଥ ବେହେରା, ଅର୍ଜୁନ କୁମାର ରାଉତ, ରାଜେନ୍ଦ୍ର ସାମଲ, ଗୋପାଳ ଚରଣ ସାହୁ, ହୃଷିକେଶ ସାହୁ,ପ୍ରଶନ୍ନ ସାମଲ,ସଦାଶିବ ଦାଶ, ବିବେକାନନ୍ଦ ମହାନ୍ତି, ପଦ୍ମନାଭ ସ୍ବାଇଁ, ଭାଗିରଥୀ ଆଚାର୍ଯ୍ୟ, ଦେବେନ୍ଦ୍ରନାଥ ପାଣିଗ୍ରାହୀ , ନରେନ୍ଦ୍ର ଜେନା,ସମୀର କୁମାର ପରିଡା, ପ୍ରତାପ କୁମାର ବଳ,ବ୍ରଜେଶ୍ବରୀ ସିଂ, ସୁଧାନିଧି ମହାପାତ୍ର, ବିଶ୍ବଜିତ ଦାସ, ଅଜୟ କୁମାର ସାହୁ, କ୍ଷିରୋଦ କୁମାର ମଲ୍ଲିକ ଓ ଅଭିରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।