ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ର ଗ୍ୟାଙ୍ଗ୍ଷ୍ଟର୍ ପ୍ରିନ୍ସ ତେୱତିୟାକୁ ଶୁକ୍ରବାର ତିହାର ଜେଲ୍ରେ ହତ୍ୟା କରାଯାଇଛି । ପ୍ରନ୍ସି ବିରୋଧରେ ହତ୍ୟା, ଲୁଟ୍, ଆର୍ମ୍ସ ଆକ୍ଟ ଏବଂ ଅନ୍ୟା ଧାରାରେ ୧୬ କେସ୍ ରୁଜୁ ଥିଲା । ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ୍ ଏକ ହତ୍ୟା ମାମଲାରେ ତାକୁ ଗିରଫ କରି ତିହାର ଜେଲ୍ ପଠାଇଥିଲା ।
ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୧୦ ବେଳେ ତିହାରର ଜେଲ୍ ନଂ-୩ରେ ଘଟିଥିବା ଏହି ଗ୍ୟାଙ୍ଗ୍ୱାର୍ରେ କେତେକ ବଦମାସ ତେୱତିଆ ଉପରେ ଛୁରିରେ ୪/୫ ଥର ଆକ୍ରମଣ କରିଥିଲେ । ଗୁରୁତର ଆହତ ଅବସ୍ଥାରେ ତେୱତିଆକୁ ହସ୍ପିଟାଲ୍ ନିଆଯାଇଥିବା ବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଗ୍ୟାଙ୍ଗ୍ୱାର୍ ଅନ୍ୟ ୩ କଏଦୀ ମଧ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ତେୱତିୟା ପ୍ରଥମ ଅବ୍ଦୁର ରହମାନ୍ ନାମକ କଏଦୀକୁ ଆକ୍ରମଣ କରିଥିଲା । ଏହାପରେ ରହମାନ୍ ଏବଂ ତେୱତିୟାର ସାଥୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।