31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଟ୍ୱିଟରରେ ମୋଦୀଙ୍କ ଅନୁଗାମୀ ପାଲଟିଲେ ମସ୍କ୍‌

ଟ୍ୱିଟରରେ ମୋଦୀଙ୍କ ଅନୁଗାମୀ ପାଲଟିଲେ ମସ୍କ୍‌

ୱାଶିଂଟନ: ଟେସ୍‌ଲା ତଥା ଟ୍ୱିଟରର ମାଲିକ ଏଲନ୍ ମସ୍କ୍ ଇତିମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ୱିଟରରେ ଅନୁସରଣ କରୁଥିବା ଜଣାପଡିଛି । ଅତୀତରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତାଲାଭ କରିଥିବା ମସ୍କ୍ ଟ୍ୱିଟରରେ କେବଳ ୯୫ ଜଣଙ୍କୁ ଅନୁସରଣ କରୁଥିବାବେଳେ ତାଲିକାରେ ମୋଦୀଙ୍କ ନାମ ରହିଛି ।

ସୂଚନାଯୋଗ୍ୟ ଟ୍ୱିଟରରେ ମସ୍କ୍‌ଙ୍କର ସବୁଠାରୁ ଅଧିକ ୧୩୪.୩ ନିୟୁତ ଅନୁଗାମୀ ରହିଛନ୍ତି । ଚଳିତବର୍ଷ ମାର୍ଚ୍ଚରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ପଛରେ ପକାଇ ମସ୍କ୍ ଟ୍ୱିଟର ଅନୁଗାମୀ ପ୍ରସଙ୍ଗରେ ଶୀର୍ଷକୁ ଉନ୍ନୀତ ହୋଇଛନ୍ତି । ଅପରପକ୍ଷରେ ଟ୍ୱିଟରରେ ମୋଦୀଙ୍କର ୮୭.୭ ନିୟୁତ ଅନୁଗାମୀ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking