ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଓଏସଏସସି) ପକ୍ଷରୁ ଜାରି ରହିଥିବା ତୃତୀୟ ପର୍ଯ୍ୟାୟ ମାଧ୍ୟମିକ ଶିକ୍ଷକ ପାଇଁ ଚୟନ ପ୍ରକ୍ରିୟାର ପ୍ରଲିମ୍ ଫଳ ଶନିବାର ପ୍ରକାଶ ପାଇଛି । ଟିଜିଟି କଳାରେ ମେନ୍ ପରୀକ୍ଷା ପାଇଁ ୬ହଜାର ୪୦୫ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ ଟିଜିଟି ପିସିଏମରେ ୩୭୮୫ ଓ ସିବିଜେଡ୍ରେ ୩୩୭୪ଜଣ ଆଶାୟୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ମେନ୍ ପରୀକ୍ଷା ପାଇଁ ଖୁବଶିଘ୍ର ପ୍ରକ୍ରିୟା ଆରମ୍ଭ ହେବ । ଛାତ୍ରଛାତ୍ରୀ େଓବସାଇଡ୍ ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ ବୋଲି ଓଏସଏସସି ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ଆଶ୍ଚର୍ଯ୍ୟର ବିଷୟ ରେଜଲ୍ଟ ପ୍ରକାଶ ପାଇବା ପରେ ତାଲିକାକୁ ଦେଖି ପ୍ରାର୍ଥୀ ଆଶ୍ଚର୍ଯ୍ୟ । ମୋଟ ୧୦୦ ମାର୍କର ପରୀକ୍ଷାରୁ ୧ କିମ୍ବା ୨ ମାର୍କ ରଖିଥିବା ପିଲା ବି ମେନ ପରୀକ୍ଷା ଲାଗି କୃତକାର୍ଯ୍ୟ ହୋଇଛନ୍ତି । ଯଦି ସେମାନେ ଚୟନ ହେବେ ତେବେ କଣ ପାଠପଢାଇବେ ତାହା ସମସ୍ତଙ୍କୁ ଜଣା ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ତେବେ ୧୦୦ରୁ ଦେଢ ଦୁଇମାର୍କ ରଖି ଚୟନ ହୋଇଥିବା ପ୍ରାର୍ଥୀମାନେ ଅନୂସୂଚିତ ଜନଜାତୀବର୍ଗର । ସେମାନଙ୍କ ଲାଗି ରହିଥିବା କୋର୍ଟକୁ ଆଧାର କରି ଚୟନ ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଅଧିକାରୀ କହୁଥିବା ସାଧାରଣ ଛାତ୍ରଛାତ୍ରୀମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।
ଜଣେ ପରୀକ୍ଷାରେ ଶୂନ ରଖି କୋଟାରେ ଚାକିରୀ ପାଇବ ଏହା ଠିକ କଥା ନୁହଁ । ସରକାର ଏକ ମିନିମମ କ୍ୱାଲିଫାଏ ମାର୍କ ନିର୍ଦ୍ଧାରଣ କରିବାର ଥିଲା । ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଲାଗି ନିମ୍ନତମ କ୍ୱାଲିପାଇଁ ନମ୍ବର ଅନ୍ୟମାନଙ୍କ ତୁଳନାରେ କମ କରାଯାଇପାରିଥାନ୍ତା । ହେଲେ ଏପରି କିଛି ନକରି ବିଭାଗ ମନମାନି କରିଛି ବୋଲି ସାଧାରଣବର୍ଗ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଟିଜିଟି କଳାରେ ଲାଷ୍ଟ ସିଲେକ୍ସନ ମାର୍କ ସାଧାରଣ ବର୍ଗଙ୍କ ଲାଗି ୪୪.୩୬ପର୍ସେର୍ଟାଇଲ ଯାଇଥିବା ବେଳେ ଏସଟି ଓ ଏସଟି ମହିଳା ୦.୫୪ ଓ ୦.୫୨ପର୍ସେଣ୍ଟାଇଲ ରଖି କ୍ୱାଲିପାଏ କରିଛନ୍ତି ।
ସେହିପରି ଟିଜିଟି ସାଇନ୍ସରେ ସାଧାରଣ ବର୍ଗପ୍ରାର୍ଥୀଙ୍କ ଲାଗି ଶେଷ କଟଅଫ ୬୪.୨ ପର୍ସେଣ୍ଟାଇଲ ଯାଇଥିବା ବେଳେ ଏସସି ୧୯.୩ ଏବଂ ଏସଟି ବର୍ଗର ମହିଳା ପ୍ରାର୍ଥୀ ୦.୫୭ପର୍ସେର୍ଟାଇଲ ରଖି କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ କହିବା କଥା ଏସସି, ଏସଟିଙ୍କ କୋଟାକୁ ଆମେ ବିରୋଧ କରୁନୁ କିନ୍ତୁ ଉନ୍ନତ ଶିକ୍ଷା ବ୍ୟବସ୍ଥା ଲାଗି ଅତି କମରେ ଜଣେ ପିଲା ଲାଗି କ୍ୱାଲିଫାୟ ମାର୍କ ନିର୍ଦ୍ଧାରଣ କରିବାର ଥିଲା ।