19.1 C
Bhubaneswar
Sunday, November 24, 2024
Homeଅପରାଧମମତାହୀନ ହୋଇଗଲା ମା’: ନିଜ ଛୁଆକୁ ମାରି ପୋତି ପକାଇଲା

ମମତାହୀନ ହୋଇଗଲା ମା’: ନିଜ ଛୁଆକୁ ମାରି ପୋତି ପକାଇଲା

ନୂଆଦିଲ୍ଲୀ: ମମତାହୀନ ହୋଇଗଲା ମା’ । ସ୍ନେହ ମମତା ଭୁଲି ନିଜ ପିଲାଙ୍କୁ ହିଁ ରାସ୍ତାରୁ ହଟାଇ ଦେଲା । ପରକୀୟା ପ୍ରୀତି ପାଇଁ ଦୁଇ ଛୁଆଙ୍କୁ ମାରି ନାଳରେ ପକାଇ ଦେଲା ମା’ । ମିରଟରେ ଜଣେ ବିବାହିତା ମହିଳା ନିଜର ଦୁଇ ନିରୀହ ପିଲାଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ପୋଲିସର ୧୦ଟି ଟିମ୍‌ କେନାଲରୁ ମୃତଦେହ ଖୋଜିବା ପାଇଁ ନିୟୋଜିତ ହୋଇଥିଲେ । ତେବେ ଏପର୍ଯ୍ୟନ୍ତ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇ ନାହିଁ।

ଦିନ ଖେର ନଗର ନିବାସୀ ସାହିଦ୍‌ଙ୍କର ୧୦ ବର୍ଷର ପୁଅ ମେରାପ ଓ ୬ ବର୍ଷର ଝିଅ କାନେନ୍‌ ବୁଧବାର ଦିନ ସନ୍ଦେହଜନକ ସ୍ଥିତିରେ ଘରୁ ହଠାତ୍ ନିଖୋଜ୍‌ ହୋଇଯାଇଥିଲେ । ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ଭାଉଭଉଣୀଙ୍କର କୌଣସି ପତ୍ତା ମିଳିନଥିଲା । ପରେ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ୍‌ ଛାନଭିନ୍ ଆରମ୍ଭ କରିଥିଲା । ତେବେ ସନ୍ଦେହ ହେବାରୁ ପିଲାଙ୍କର ମା’କୁ ପଚରାଉଚରା କରିଥିଲା ପୋଲିସ । ଆଉ ତା’ ପରେ ସବୁ ସତ କଥା ସାମ୍ନାକୁ ଆସିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking