28.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶବୁଲା କୁକୁର ମାମଲାରେ ଏହି ଦେଶ ଆଣିଛି କଠୋର ଆଇନ,ଦେଶରେ ନାହାଁନ୍ତି ଗୋଟିଏ ବି ବୁଲା...

ବୁଲା କୁକୁର ମାମଲାରେ ଏହି ଦେଶ ଆଣିଛି କଠୋର ଆଇନ,ଦେଶରେ ନାହାଁନ୍ତି ଗୋଟିଏ ବି ବୁଲା କୁକୁର

ନୂଆଦିଲ୍ଲୀ:ଗଳିକନ୍ଦି ସବୁଆଡ଼େ ବୁଲା କୁକୁରମାନେ ଆତଙ୍କ ଖେଳାଉଛନ୍ତି । କୁକୁର କାମୁଡ଼ାରେ ଅନେକଙ୍କ ଜୀବନ ମଧ୍ୟ ଯାଇଛି । ଏମିତି କି ରାତିରେ ଏକାକି ଯିବାବେଳେ ଲୋକେ ଭୟ ମଧ୍ୟ କରିଥାନ୍ତି । ଦିନକୁ ଦିନ କୁକୁରଙ୍କ ସଂଖ୍ୟା ଏତେ ପରିମାଣରେ ବଢ଼ିଗଲାଣି କି ଲୋକେ ଭୟ ମଧ୍ୟ କରିବାକୁ ଲାଗିଲେଣି । କିଛିଦିନ ତଳେ ବୁଲା କୁକୁରଙ୍କ କାମୁଡ଼ାରେ ଦିଲ୍ଲୀର ଦୁଇ ଭାଇଙ୍କ ମୃତ୍ୟୁ ମଧ୍ୟ ହୋଇଛି । ତେବେ ଆପଣ ଜାଣନ୍ତି କି, ଆମ ଦେଶରେ ବୁଲା କୁକୁରଙ୍କ ସଂଖ୍ୟା କେତେ? ଜାଣିଲେ ଆପଣଙ୍କୁ ଆଶ୍ଚର‌୍ୟ୍ୟ ଲାଗିବ ନିଶ୍ଚୟ ।
ଦେଶରେ ୬ କୋଟି ୨ ଲକ୍ଷରୁ ଅଧିକ ବୁଲା କୁକୁର ରହିଛନ୍ତି । ଏମାନଙ୍କ ମଧ୍ୟରୁ ୮୮ ଲକ୍ଷ କୁକୁର ସେଲଟର ହୋମରେ ରହିଛନ୍ତି । କୁକୁରଙ୍କ ଭଳି ଦେଶରେ ବିଲେଇଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି । ଦେଶରେ ପାଖାପାଖି ୯୧ ଲକ୍ଷ ବୁଲା ବିଲେଇ ରହିଛନ୍ତି । ବିଶ୍ୱରେ ବୁଲା କୁକୁରଙ୍କ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ଚୀନ ୧ ନମ୍ବରରେ ରହିଛି । ଚୀନରେ ସାଢ଼େ ୭ କୋଟିରୁ ଅଧିକ ବୁଲା କୁକୁର ରହିଛନ୍ତି । ସେପଟେ ଆମେରିକାରେ ୪.୮ କୋଟି କୁକୁର ରହିଛନ୍ତି । ବୁଲା କୁକୁରଙ୍କ ମାମଲାରେ ଆମେରିକା ୩ ନମ୍ବର ସ୍ଥାନରେ ରହିଛି ।ବୁଲା କୁକୁରଙ୍କ କାମୁଡାରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ୨୦୨୧ ମସିହାରେ ବିଶ୍ୱ ସ୍ୱାସ୍ଥ୍୍ୟ ସଂଗଠନ କହିଛି କି, ବର୍ଷକୁ ୨୧ ହଜାରରୁ ଅଧିକ ଲୋକଙ୍କ କୁକୁର କାମୁଡ଼ା ହେତୁ ମୃତ୍ୟୁ ହେଉଛି । ଯାହାକି ବିଶ୍ୱର ୩୬ ପ୍ରତିଶତ ମୃତ୍ୟୁ ସଂଖ୍ୟା ବୋଲି ଗଣାଯାଏ । ଆହୁରି ମଧ୍ୟ କୁହାଯାଇଛି କି, ଦିନକୁ ଦିନ ବୁଲା କୁକୁରଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ଯଦି ଆମେ ବିଶ୍ୱରେ ବୁଲା କୁକୁରଙ୍କ କଥା କହିବା ତାହେଲେ ୨୦୦ ମିଲିୟନରୁ ଅଧିକ ରହିଛନ୍ତି । କିନ୍ତୁ ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠାରେ ଜମା ନଜର ଆସିନଥାନ୍ତି ବୁଲା କୁକୁର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking