26.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶ୩-ଟାୟର ଏସି ଇକୋନମି କ୍ଲାସ୍ ଯାତ୍ରା ଶସ୍ତା; ଭଡ଼ା ହ୍ରାସକଲା ଭାରତୀୟ ରେଳବାଇ

୩-ଟାୟର ଏସି ଇକୋନମି କ୍ଲାସ୍ ଯାତ୍ରା ଶସ୍ତା; ଭଡ଼ା ହ୍ରାସକଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ: ବୁଧବାରଠାରୁ ପୁରୁଣା ବ୍ୟବସ୍ଥା ଲାଗୁକରି ରେଳବାଇ ୩-ଟାୟାର ଏସି ଶ୍ରେଣୀର ଭଡ଼ା ହ୍ରାସକରିଛି । ବର୍ତ୍ତମାନ ଜଣେ ଯାତ୍ରୀଙ୍କୁ ୩-ଟାୟର ଏସି ତୁଳନାରେ ଇକୋନମି ଶ୍ରେଣୀରେ ୬୦-୭୦ ଟଙ୍କା କମ୍ ଦେବାକୁ ପଡ଼ିବ । ଶସ୍ତାରେ ଏସି ଭ୍ରମଣ ସେବା ଯୋଗାଇବା ପାଇଁ ରେଳବାଇ ସେପ୍ଟେମ୍ବର ୨୦୨୧ରେ ଏସି-୩ ଇକୋନମି କ୍ଲାସ୍‌ର ପ୍ରବର୍ତ୍ତନ କରିଥିଲା । କିନ୍ତୁ ନଭେମ୍ବର ୨୦୨୨ରେ ୩ ଟାୟର ଏସି ଇକୋନମି କ୍ଲାସ୍ ଏବଂ ୩-ଟାୟର ଏସିର ମିଶ୍ରଣ ହେତୁ ଉଭୟ ଶ୍ରେଣୀର ଭଡ଼ା ସମାନ ହୋଇଯାଇଥିଲା ।

ଏବେ ରେଳବାଇ ତା’ର ନିଷ୍ପତ୍ତି ବଦଳାଇବା ପରେ ଯେଉଁ ଯାତ୍ରୀମାନେ ଚଢ଼ାଦରରେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କୁ ଅବଶିଷ୍ଟ ଅର୍ଥ ଫେରସ୍ତ କରାଯିବ । ଏହି ନିର୍ଦ୍ଦେଶ ଜାରିକରି ରେଳବାଇ କହିଛି ଯେ ଯେଉଁ ଯାତ୍ରୀମାନେ ବୁଧବାରଠାରୁ ଅନଲାଇନ୍ କିମ୍ବା ଅଫଲାଇନ୍ ଟିକେଟ୍ ବୁକ୍ କରିସାରିଛନ୍ତି, ସେମାନଙ୍କୁ ନୂତନ ହାର ଅନୁଯାୟୀ ଟଙ୍କା ଫେରସ୍ତ କରାଯିବ । ତେବେ ଯେଉଁ ଯାତ୍ରୀମାନେ କାଉଣ୍ଟର ମାଧ୍ୟମରେ ଅଫ୍‌ଲାଇନରେ ଟିକେଟ ବୁକ୍ କରିଛନ୍ତି, ସେମାନେ ବାଲାନ୍ସ ରାଶି ଫେରାଇବା ପାଇଁ ନିଜ ଟିକେଟ୍ ସହିତ ବୁକିଂ କାଉଣ୍ଟର ପରିଦର୍ଶନ କରିବାକୁ ପଡ଼ିବ । ଇକୋନମି କୋଚ୍‌ରେ ସିଟ୍‌-କମ୍ବଳ ଉପଲବ୍ଧ ହେବ । ଯେତେବେଳେ ରେଳବାଇ ଏସି -୩ ଇକୋନୋମି କୋଚ୍ ପ୍ରବର୍ତ୍ତନ କଲା, ଯାତ୍ରୀମାନଙ୍କୁ ସିଟ୍ ଏବଂ କମ୍ବଳ ଯୋଗାଇ ଦିଆଯାଇନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking