14.1 C
Bhubaneswar
Saturday, January 11, 2025
Homeଅପରାଧପ୍ରେମରେ ବିଫଳତା ଲୋକପ୍ରୀୟ ଡିଜେ ଏଜେକ୍ସଙ୍କ ଜୀବନ ନେଲା

ପ୍ରେମରେ ବିଫଳତା ଲୋକପ୍ରୀୟ ଡିଜେ ଏଜେକ୍ସଙ୍କ ଜୀବନ ନେଲା

ଭୁବନେଶ୍ୱର: ପ୍ରେମରେ ବିଫଳତା ଲୋକପ୍ରୀୟ ଡିଜେ ଏଜେକ୍ସଙ୍କ ଜୀବନ ନେଲା । ଶେଷ ପର୍ଯ୍ୟନ୍ତ ବାନ୍ଧବୀ ଜୀଜ୍ଞାସାଙ୍କୁ ମନାଇବାକୁ ଚେଷ୍ଟାକଲେ । ବାରମ୍ବାର ବୁଝାଇଲେ । ପାଖକୁ ପେରାଇବାକୁ ଅନୁରୋଧ କଲେ । ଏଥିପାଇଁ କାନ୍ଦିଲେ, ପୁରୁଣା ହୋଇଥିବା ସାଉଣ୍ଟା ସ୍ମୃତୀକୁ ମନେପକାଇଲେ । ସ୍ନେହରେ କିଭଳି ବାବୁ, ସୋନା, କଞ୍ଜୁସ୍ ବୋଲି ପରସ୍ପରକୁ ସମ୍ବୋଧନ କରୁଥିଲେ ସେ ସମ୍ପର୍କରେ ଜଣାଇ ଡାକିଲେ । ହେଲେ ହୃଦୟ ଥରେ ଭାଙ୍ଗିଲେ ଆଉ ଯୋଡିବା କଷ୍ଟ ହୁଏ । ଯାହା ଏଜେକ୍ସଙ୍କ କ୍ଷେତ୍ରରେ ମଧ୍ୟ ଦେଖା ଦେଇଥିଲା । ଯେତେ ଚେଷ୍ଟା କଲେ ମଧ୍ୟ ବାନ୍ଧବୀଙ୍କୁ ମନାଇ ପାରିଲେନୀ । ନିଜକୁ ଶେଷ କରିଦେବାର ନିସ୍ପତ୍ତି ମୁଣ୍ଡକୁ ଉଠିଗଲା । ମୃତ୍ୟୁ ପୂର୍ବରୁ ଅକ୍ଷୟ ପଠାଇଥିବା ଇ-ମେଲ୍ ଏବଂ ଭଏସ୍ ଚାଟ୍‌ରେ ପ୍ରେମରେ ବିଫଳ ଯୋଗୁ ସେ ବାରମ୍ବାର ମରିଯିବାକୁ ଧମକ ଦେଉଥିଲେ । ଗୋଟିଏ ମେଲ୍ ଗତି ୧୯ ତାରିଖ ରାତି ୧ଟା ସମୟରେ ପଠାଯାଇଥିଲା ବେଳେ ଅନ୍ୟଏକ ମେଲ୍ ସନ୍ଧ୍ୟା ୨୦ ତାରିଖ ୬ଟା ୩୧ ମିନିଟ୍ ସମୟରେ ପଠାଯାଇଥିଲା । ତେବେ ଲେଖିସାରିବା ପରେ ନିଜେ ପଠାଇବାକୁ ମଧ୍ୟ ସାହାସ କରୁ ନ ଥିଲେ । ମେଲ୍‌କୁ ଅଟୋ ସେଣ୍ଡ୍ ମୋଡରେ ରଖିଥିବା ସେ ଲେଖିଛନ୍ତି । ତେବେ ଦୁନିଆ ଛାଡିବା ପୂବଅର୍ରୁ ଏହା ତାଙ୍କ ପାଖରେ ପହଞ୍ଚି ଯିବ ବୋଲି ସେ କହିଛନ୍ତି । ଶେଷରେ ପ୍ରତାରିତ ପ୍ରେମର କରୁଣ ପରିଣତୀ ଏକ ଲୋକପ୍ରୀୟ ଡିଜେଙ୍କ ଜୀବନଦୀପକୁ ଲିଭାଇ ଦେଲା ।

ରଶ୍ମୀଙ୍କ ସହ ଇନ୍‌ଷ୍ଟା ପୋଷ୍ଟ ଅକ୍ଷୟଙ୍କୁ ବ୍ୟଥିତ କଲା
ଏଜେକ୍ସ ପ୍ରେମ ସମ୍ପର୍କଙ୍କ ଠିକ୍ ଚାଲିଥିଲା । ହେଲେ ବାନ୍ଧବୀଙ୍କ ଜୀବନରେ ଅନ୍ୟ ଜଣେ ଯୁବକ ରଶ୍ମୀଙ୍କ ଏଣ୍ଟ୍ରୀ ଡିଜେଙ୍କ ତଡପାଉ ଥିଲା । ଯାହାକୁ ନେଇ ମନରେ କ୍ଷେଭ ସୃଷ୍ଟି ହେଉଥିଲ । ମନେ ଜଳୁଥିଲେ ଆଉ ନିଜକୁ ଜଳାଉଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ବାନ୍ଧବୀଙ୍କ ସହ ରଶ୍ମୀ ଏକ ଗ୍ଲାସରେ କିଛି ପିଉଥିବା ସେୟାର କରୁଥିଲେ । ଯାହାକୁ ନେଇ ଇର୍ଷାନ୍ୱିତ ହୋଇଥିଲେ ଅକ୍ଷୟ । ବାନ୍ଧବୀଙ୍କ ପାଖକୁ ପଠାଇଥିବା ଶେଷ ମେଲ୍‌ରେ ସେ ଲେଖିଥିଲେ ମୋ ସହ ଏମିତି ତ କେବେ ଷ୍ଟାଟସ ଦେଲନି ।

ଚିନ୍ତାରେ ଦୁର୍ବଳ ହୋଇ ଗଲିଣି,ଆଉ ଛିଡା ହୋଇ ପାରୁନି
ମେଲ୍ ଲେଖାଯାଇଛି ସେ ଏକ ସପ୍ତାହେ ହେବ କାନ୍ଦୁଛନ୍ତି । ତାଙ୍କୁ ଭୋକ ଲାଗୁନି । ଜୀବନ ନର୍କ ହୋଇଯାଇଛି । ଦେହ ବି ଭଲ ନାହିଁ । ଜର ହୋଇଯାଇଛି । ଚିନ୍ତା ବଢି ଯାଇଛି । ଚାପ ଯୋଗୁ ବାଳ ଉପୁଡିବା ଆରମ୍ଭ ହେଲାଣି । ଦୁର୍ବଳ ହୋଇ ଗଲିଣି । ଶରିରର ଓଜନ ଘଟି ଗଲାଣି । ସିଧା ଛିଡା ହୋଇପାରୁନି । ମୁଁ ତୁମକୁ ପାଗଲ ଭଳି ଭଲ ପାଉଛି । ହେଲେ ତମେ ରଶ୍ମୀର ଦୁନିଆରେ ରହୁଛ । ତୂମେ ମୋ ଦୁନିଆରେ ଆଉ ନାହଁ ।

ତେମେ ଦେଇଥିବା ଡ୍ରେସ୍‌ପିନ୍ଧି ଦୂନିଆ ଛାଡୁଛି
ଅକ୍ଷୟଙ୍କୁ ତାଙ୍କ ବାନ୍ଧବୀ ଏକ ଡ୍ରେସ୍ କିଣିକି ଦେଇଥିଲେ । ଯାହାକୁ ସେ ପିନ୍ଧିଥିଲେ । ଏହି ଡ୍ରେସକୁ ତାଙ୍କ ବାନ୍ଧବୀ ବହୁତ ପସନ୍ଦ କରୁଥିଲେ । ହେଲେ ଆଜି ସେ ଡ୍ରେସ୍‌କୁ ପିନ୍ଧିଲେ ଦେଖିବାକୁ କେହି ନାହାନ୍ତି । ମୋ ଘର ଲୋକଙ୍କୁ ମୁଁ ଭୁଲ ବୁଝି ଥିଲି । ସେମାନଙ୍କୁ ଆଉ ଷ୍ଟେସ୍ ଦେବି ନାହିଁ । ଏହା ସହ ଦୁହେଁ ଉଠାଇଥିବା ଶେଷ ଫଟୋକୁ ମଧ୍ୟ ସେ ବାନ୍ଧବୀଙ୍କୁ ସେ ପଠାଇଛନ୍ତି ।

ଦୂନିଆ ଛାଡୁଛି
ମୁଁ ଚାଲିଗଲା ପରେ ସେ ଖୁସି ହୋଇଯିବ । ବୋଧ ହୁଏ ରଶ୍ମୀଙ୍କୁ ସମ୍ବୋଧନ ଲେଖିଛନ୍ତି । ଆଉ ତମେ ବି ଖୁସିଥିବ । ଏବେ ମୁଁ ଯାଉଛି ରଶ୍ମୀ ସାଙ୍ଗରେ ତୁମେ ଆରାମ ସେ ଲସି ପିଅ । ସତ କହୁଛି ତମକୁ ବହୁତ ଲଭ୍ କରୁଥିଲି । ଯେବେ ତମେ ମେସେଜ୍ ପଢିବ ମୁଁ ଆଉ ନ ଥିବି । ତମକୁ ଆଉ ହଇରାଣ କରିବିନି କିମ୍ବା ମୋର ଆଉ କଲ ଆସିବନି । ମେତେ ମିସ୍ କରିବନି, ମୁଁ ତାରା ହୋଇଯିବ,ପ୍ୟାର୍ ମେଏଁ ଜାନ୍ ଦେ ସକତା ହୁଁ
ମୋତେ ଆଉ ପାଇବନି କି ମିସ୍ କରିବନି । ମୋତେ ଭୁଲିଯିବ । ଆଉ ଝଗଡା ବି କରିପାରିବନି କାରଣ ମୁଁ ଏବେ ତାରା ହୋଇଯିବି । ତମେ ଯେଉଁ ତାରା ଆକାଶରେ ଦେଖୁଛ ସେହି ତାରା ଭିତରେ ହିଁ ମୋତେ ଦେଖିବ । କାର ମେଏଁ ପ୍ୟାର କେ ଲିଏ ଜାନ୍ ଭି ଦେ ସକତା ହୁଁ । ଦେଖୋ ଜାନ୍ ଦେ ଦିଆ । ମୋ ଭଲ ପାଇବାକୁ ଆଉ କେମିତି ପ୍ରୃଭ୍ କରିଥାନ୍ତି । ମରିକି ପ୍ରୃଭ୍ କରିଦେଲି । କହିଥିଲି ଭୂତ ହେଇଯିବ । ଆଉ ଦେଖ ମୁଁ ଭୁତ ହେବାକୁ ଯାଉଛି । ବଞ୍ଚିକି ବହୁତ କଷ୍ଟ ହେଉଛି ମରିଗଲେ ଶାନ୍ତି ଲାଗିବ ।

ଅକ୍ଷୟଙ୍କ ଶେଷ ଧାଡି…ପ୍ରେମ ସବୁବେଳେ ରହିବ…
ମୃତ୍ୟୁ ପୂର୍ବରୁ ମେଲ୍ ମଧ୍ୟମରେ ସେ ଶେଷ ଲାଇନ୍ ଟାଇପ୍ କରିଥିଲେ । ଲେଖିଥିଲେ ହେ ପ୍ରିୟତମା । ମୋର ପ୍ରେମ ସଦାସର୍ବଦା ରହିବ । ଯେ ପର୍ଯ୍ୟନ୍ ଯାଏ ମୃତ୍ୟୁ ହୋଇଛି । ତୁମ ବିନା ମୁଁ ବଞ୍ଚି ପାରିବିନି । ଗୁଡ୍ ବାଏ ।

ବାନ୍ଧବୀଙ୍କୁ ଘର ଆଗରେ ଜଗିଥିଲେ
ଏକ ଭଏସ୍ ମେସେଜ୍ ମଧ୍ୟ ମିଳିଛି । ତେବେ ଯେଉଁଥିରେ କୁହାଯାଉଛି ଡିଜେ ତାଙ୍କୁ ଘର ପାଖକରେ ଜଗିକି ବସିଥିଲେ । ବାନ୍ଧବୀ କଣ କରୁଥିଲେ ତାଙ୍କୁ ଦେଖୁଥିଲେ । ସେ କେତେବେଳେ ବାଲକୋନୀକୁ ଆସିଲେ । କେତେବେଳେ ଘରର ଲାଇଟ୍ ବନ୍ଦ କଲେ । ଆଉ କେତେବେଳେ ଶୋଇବାକୁ ଗଲେ । ପ୍ରେମୀକାଙ୍କ ଏକ ଝଲକ । ଆଉ ଫୋନ୍ ମାଧ୍ୟମରେ ତାଙ୍କ ସ୍ୱର ଶୁଣିବାକୁ ସେ ଘଣ୍ଟା ଘଣ୍ଟା ଧରି ପ୍ରେମୀକାଙ୍କ ଘର ସାମ୍ନାରେ ଛିଡା ହୋଇଥିଲେ । ହେଲେ ପ୍ରେମୀକାଙ୍କ ଫୋନ୍ କଲ ନ ଆସିବାରୁ ସେ ଉଦାସ ହୋଇ ଯାଇଥିଲେ ।

ବ୍ରେକ୍‌ଅପ୍ ହୋଇ ନାହିଁ- “ଅକ୍ଷୟଙ୍କ ମା”
ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ଅକ୍ଷୟଙ୍କ ମା । ସେ କହିଛନ୍ତି ବ୍ରେକ୍ ଅପ୍ ହୋଇ ନ ଥିଲା । ଯଦି ବ୍ରେକ୍‌ଅଫ୍ ହୋଇଥାନ୍ତା ତେବେ ଫୋନ୍‌ରେ କଥାବାର୍ତ୍ତା କେମିତି ହେଉଥିଲା । କେକ୍ ବି କଟା ହେଉଥିଲା । ବ୍ରେକ୍ ଅପ୍ ହେଲେ କଣ ଏସବୁ ହୋଇ ପାରିଥାନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking