20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଦିଲ୍ଲୀ ବଜେଟ୍‌କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରୀ

ଦିଲ୍ଲୀ ବଜେଟ୍‌କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ମଞ୍ଜୁରୀ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଙ୍ଗଳବାର ଦିଲ୍ଲୀ ସରକାରଙ୍କ ବଜେଟ୍‌କୁ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସରକାର ଦିଲ୍ଲୀ ବଜେଟ୍ ରୋକିଥିବା ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଦାବି କରିଥିଲେ । ରିପୋର୍ଟ ଅନୁସାରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞାପନ ସମେତ ତିନିଟି ପ୍ରସଙ୍ଗ ଉପରେ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଥିଲା । ଦିଲ୍ଲୀ ସରକାର ଏହାର ଉତ୍ତରା ଦେଇ ନଥିବାରୁ ବଜେଟ୍‌କୁ ମଞ୍ଜୁରୀ ମିଳିନଥିଲା । ଅନ୍ୟପକ୍ଷରେ କେନ୍ଦ୍ରରୁ ମଞ୍ଜୁରୀ ମିଳିବା ପରେ ବିଧାନସଭାରେ ଆଲୋଚନା ବେଳେ କେଜରିୱାଲ୍ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ବଜେଟ୍‌କୁ ନେଇ କେନ୍ଦ୍ରର ଆପତ୍ତି ଅସାମ୍ବିଧାନିକ ଏବଂ ନିରାଧାର । ଦେଶର ୭୫ ବର୍ଷ ଇତିହାସିରେ କୌଣସି ସରକାରଙ୍କ ବଜେଟ୍ ରୋକାଯାଇ ନାହିଁ । ଏହି ଅବସରରେ କେନ୍ଦ୍ର ସରକାର ଉପରୁ ତଳ ପର୍ଯ୍ୟନ୍ତ ଅଶିକ୍ଷିତଙ୍କୁ ବସାଇ ରଖିଛି ବୋଲି ସେ ତାତ୍ସଲ୍ୟ କରିଥିଲେ । ଦିଲ୍ଲୀ ବଜେଟ୍ ବୁଧବାର ବିଧାନସଭାରେ ଉପସ୍ଥାପନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking