25.4 C
Bhubaneswar
Monday, October 7, 2024
Homeଅପରାଧସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ 

ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ 

ଫିରିଙ୍ଗିଆ: ଫିରିଙ୍ଗିଆ ବ୍ଲକ କେଳା ପଡ଼ା ପଞ୍ଚାୟତ କାଈ ଲାମ୍ବା ଗାଁ କ୍ରାଂଡି ବାଲି ସାହିରେ ଜଣେ ମଦ୍ୟପ ସ୍ୱାମୀର ଠେଙ୍ଗା ମାଡ଼ରେ ସ୍ତ୍ରୀ ମୃତ ଘଟଣାରେ ଅଭିଯୁକ୍ତ ସ୍ୱାମୀ ସଦା ଶିବ ନାୟକ(୩୫)କୁ ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରି ଫିରିଙ୍ଗିଆ ପୋଲିସ କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଘଟଣାରେ ହତ୍ୟାକାରୀ ସ୍ୱାମୀ ନିଜେ ହତ୍ୟା କରିଥିବା ଫିରିଙ୍ଗିଆ ଥାନରେ ଜେରାବେଳେ ସ୍ୱୀକାର କରିଛି । ତେବେ ନିଜ ସ୍ତ୍ରୀ ର ଅନ୍ୟ ଏକ ପୁରୁଷ ସହ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ହତ୍ୟା କରିଥିବା ଅଭିଯୁକ୍ତ ପୁଲିସ ଆଗରେ ସ୍ୱୀକାର କରିଛି । ଅନ୍ୟପଟେ ହତ୍ୟା କାରୀର ବୟାନ କୁ ଗୁରୁତ୍ୱ ଦେଇ ସେହି ଦିଗରେ ତଦନ୍ତ ଜାରି ରଖିଥିବା ଫିରିଙ୍ଗିଆ ପୁଲିସ ସୂଚନା ଦେଇଛି।

ଅପରପକ୍ଷେ ହତ୍ୟା ଘଟଣା ଦିନ ହତ୍ୟାକାରୀ ସ୍ୱାମୀ ନିଜ ସ୍ତ୍ରୀ କୁ ହତ୍ୟା କରିବା ପରେ ସକାଳେ ଘରୁ ନୂଆଗାଁ ବ୍ଲକ ସାରଙ୍ଗଡ ଥାନା ସାରଙ୍ଗଡ଼ ବଜାରରେ ଦୋକାନରେ ଚା’ ପିଉଥିବ ସମୟରେ ଖବର ପାଇ ଫିରିଙ୍ଗିଆ ପୁଲିସ ଶାରଙ୍ଗଡ ବଜାରରୁ ହତ୍ୟାକାରୀ ଶିବକୁ ଗିରଫ କରିଥିଲା । ହତ୍ୟାକାରୀ ସ୍ୱାମୀ ଶିବ ସାରଙ୍ଗଡରେ ରହି ଅଟୋ ଚଳାଉଥିବା ବେଳେ ଘର ଭଡ଼ା ନେଇ ରହୁଥିଲା ଏବଂ ମଝିରେ ମଝିରେ ନିଜ ଘର କାଈ ଲମ୍ବା ଗାଁ କ୍ରାନ୍ଦୀ ବାଲି ସାହିକୁ ଯାଆସ କରୁଥିଲା ।

ଘଟଣାର ପୂର୍ବ ଦିନ ଠାରୁ ଉଭୟ ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଲାଗିଥିବା ମୃତ ମହିଳାଙ୍କ ପରିବାର ପକ୍ଷରୁ ଜଣାପଡିଛି । ଏହି ତଥ୍ୟକୁ ଭିତ୍ତି କରି ଫିରିଙ୍ଗିଆ ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଚାଲୁ ରଖିଥିବାବେଳେ ହତ୍ୟାକାରୀକୁ ତା ନିଜ ଗାଁ କ୍ରାଂଡୀବାଲିକୁ ନେଇ ହତ୍ୟା ସମ୍ପର୍କରେ ସ୍ଥିତି କୁ ଜାଣିବା ପାଇଁ ଚେଷ୍ଟା କରିଥିଲା । ପୁଲିସ୍ ଉପସ୍ଥିତିରେ ନିଜ ଘରେ ହତ୍ୟାକାରୀ କେଉଁ ଭଳି ଭାବେ ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ତାହାର ଏକ ରୂପରେଖ ଦେଖାଇଥିବବେଳେ ପୁଲିସ୍ ମଧ୍ୟ ଏହା ଏକ ଭିଡିଓ ପ୍ରସ୍ତୁତ କରିଥିବା ଫିରିଙ୍ଗିଆ ଥାନା ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking