31.1 C
Bhubaneswar
Friday, October 18, 2024
Homeଓଡିଶା୪୮ଘଣ୍ଟା ରହିବ ପାଗ କୋହଲା, ୨୩ରୁ ବଢ଼ିବ ତାତି

୪୮ଘଣ୍ଟା ରହିବ ପାଗ କୋହଲା, ୨୩ରୁ ବଢ଼ିବ ତାତି

ଭୁବନେଶ୍ୱର: ଆସନ୍ତା ୨ ଦିନ ପରେ ପୁଣି ରାଜ୍ୟର ବିଭିନ୍ନ ସହରରେ ତାପମାତ୍ରା ବୃଦ୍ଧି ପାଇବ । ତେବେ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ବହୁ ଜିଲ୍ଲାରେ ଝଡ଼ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ କେନ୍ଦ୍ର କହିଛି ଯେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ବେଗରେ ପବନ ବୋହିବା ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ କନ୍ଧମାଳ । ସେହିପରି ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି । ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଫଳରେ ୩ ଦିନ ପର୍ଯ୍ୟନ୍ତ ପାଗ ଥଣ୍ଡା ରହିବ । ମାତ୍ର ୨୩ ତାରିଖରୁ ପାରଦ ୨ଂରୁ ୪ଂ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ । ଆଭ୍ୟନ୍ତରୀଣ କର୍ଣ୍ଣାଟକ ଅଞ୍ଚଳରୁ ଏକ ନିମ୍ନ ଚାପରେଖା ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ, ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ ଦେଇ ଝାଡ଼ଖଣ୍ଡ ଯାଏ ଲମ୍ବିଛି । ଏହାର ପ୍ରଭାବରେ ବାୟୁମଣ୍ଡଳର ତଳଭାଗରେ ଦକ୍ଷିଣ-ପୂର୍ବ ତଥା ପୂର୍ବ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ବଙ୍ଗୋପସାଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି । ଏଥିସହ ଏହ ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରୁଛି । ଏହି ଦୁଇ ଭିନ୍ନ ଧରଣର ବାୟୁ ପରସ୍ପର ସଂସ୍ପର୍ଶରେ ଆସି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସୃଷ୍ଟି କରୁଛି । କିଛି ସ୍ଥାନରେ ଏଥିଯୋଗୁଁ କୁଆପଥର ବର୍ଷା ମଧ୍ୟ ହେଉଥିବା ଜଣାପଡ଼ିଛି । ଅପରପକ୍ଷେ ପଶ୍ଚିମାଝଡ଼ ପ୍ରଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ମଧ୍ୟ ରେକର୍ଡ ହୋଇଛି ।

ଗତ ୨୪ଘଣ୍ଟାରେ ରାଜ୍ୟର ୩୦ଟି ଜିଲ୍ଲାରେ ବର୍ଷା ହୋଇଥିବା ବେଳେ କୋରାପୁଟରେ ସର୍ବାଧିକ ୧୨୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲେଶ୍ୱରରେ ୭୦.୮ମିମି, ଚାନ୍ଦବାଲିରେ ୩୨.୬, କଟକରେ ୧୫.୪, ପାରାଦ୍ୱୀପରେ ୨୧.୨, ଭୁବନେଶ୍ୱରରେ ୫.୬, ଗୋପାଳପୁରରେ ୬.୨, ପୁରୀରେ ୧୮.୪, ଅନୁଗୁଳରେ ୪, ବାରିପଦାରେ ୧୮.୯, ଝାରସୁଗୁଡାରେ ୧.୬, ସମ୍ବଲପୁରରେ ୪.୫, ହୀରାକୁଦରେ ୧୫.୨, ତାଳଚେରରେ ୫ି, ଭବାନୀପାଟଣାରେ ୧୧.୬, ଫୁଲବାଣୀରେ ୨୦.୮, ମାଲକାନଗିରୀରେ ୭୪.୧, ପାରଳାଖେମୁଣ୍ଡିରେ ୪୩.୯, ଭଦ୍ରଖରେ ୩୯, ଯାଜପୁରରେ ୪୪.୪, ବରଗଡରେ ୨୨, ନୂଆପଡାରେ ୧୮, ନବରଙ୍ଗପୁରରେ ୩୪.୨, ଖୋର୍ଦ୍ଧାରେ ୮.୨, ଜଗତସିଂପୁରରେ ୧୦.୩, କେନ୍ଦ୍ରାପଡାରେ ୧୦.୨ ଏବଂ ରାଉରକେଲାରେ ୧୭ ବର୍ଷା ରେକର୍ଡ କରାଯାଇଛି । ସେହିପରି ରବିବାର ସନ୍ଧ୍ୟା ୫ଟା୩୦ ସୁଦ୍ଧା ପାରଦ୍ୱୀପରେ ୧.୪ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗୋପାଳପୁରରେ ୧, ପୁରୀରେ ୨.୪, ବାରିପଦାରେ ୧.୧, ପାରଳାଖେମୁଣ୍ଡିରେ ୨.୪ମିମି ବର୍ଷା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking