26.1 C
Bhubaneswar
Sunday, October 6, 2024
Homeଓଡିଶାସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା

ସାଇକେଲରେ ସାରା ଭାରତ ଯାତ୍ରା, ୧୦ ହଜାର କିମି ଯାତ୍ରା ସାରି ପୁରୀରେ ପହଞ୍ଚିଲେ ଆଶା

ଭୁବନେଶ୍ୱର:ମହିଳା ସଶକ୍ତୀକରଣ ଓ ମହିଳା ସୁରକ୍ଷା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା ଆରମ୍ଭ କରିଥିବା ମଧ୍ୟପ୍ରଦେଶର ଆଶା ମାଲବୀୟ ପୁରୀରେ ପହଞ୍ଚିଛନ୍ତି । ଗତ ନଭେମ୍ବର ୧ରେ ଆଶା ମଧ୍ୟପ୍ରଦେଶ ଭୋପାଳରୁ ଯାତ୍ରା ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ୧୦ଟି ରାଜ୍ୟର ୧୦ ହଜାର କିଲୋମିଟର ସାଇକେଲ ଯୋଗେ ଅତିକ୍ରମ କରିସାରିଲେଣି । ୧୧ତମ ରାଜ୍ୟ ଭାବେ ସେ ଓଡ଼ିଶାରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିବା ପରେ ସେ ପୁରୀରେ ପହଞ୍ଚିଥିଲେ । ପୁରୀ ଜଳସେଚନ ବିଭାଗ ପକ୍ଷରୁ ଆଶାଙ୍କୁ ସ୍ୱାଗତ କରାଯାଇଥିଲା ।
ଏକୁଟିଆ ଝିଅ ହୋଇ ସେ ସାରା ଭାରତ ସାଇକେଲ ଯାତ୍ରା କରି ନାରୀ ସଶକ୍ତୀକରଣ ଓ ନାରୀ ସାହସର ବାର୍ତ୍ତା ବାଣ୍ଟିଛନ୍ତି । ମହିଳାଟିଏ ନିଜକୁ ଦୁର୍ବଳ ନ ଭାବି ଆତ୍ମବିଶ୍ୱାସର ସହ କାମ କଲେ ସବୁ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ସେ ସାଇକେଲରେ ଦୀର୍ଘ ୨୫ ହଜାର କିଲୋମିଟର ଯାତ୍ରା କରି ସବୁ ରାଜ୍ୟ ପ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆସନ୍ତା ଅଗଷ୍ଟ ୧୫ରେ ଦିଲ୍ଲୀରେ ତାଙ୍କର ସାଇକେଲ ଯାତ୍ରା ଶେଷ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking