ନୂଆଦିଲ୍ଲୀ: କର୍ପୋରେଟ୍ ଆଇନ ଏବଂ ଏମ୍ ଆଣ୍ଡ୍ ଏ (ମର୍ଜର ଆଣ୍ଡ୍ ଆକ୍ୱିଜିସନ) ପ୍ରସଙ୍ଗରେ ଉପଭୋକ୍ତାଙ୍କୁ ଆଇନଗତ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭାରତ ସରକାର ବିଦେଶୀ ଲ’ ଫାର୍ମଗୁଡିକୁ ଦେଶରେ ଅଫିସ ଖୋଲିବାକୁ ଅନୁମତି ଦେବେ ବୋଲି ଜଣାପଡିଛି । ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ମାମଲାରେ ବିଦେଶୀ ଆଇନଜୀବୀମାନେ ଭାରତୀୟ ଗ୍ରାହକଓ କମ୍ପାନୀଗୁଡିକୁ ଉଚିତ ପରାମର୍ଶ ଦେଇପାରିବେ ବୋଲି କୁହାଯାଇଛି । ଅବଶ୍ୟ ଭାରତୀୟ ଆଇନଜୀବୀଙ୍କୁ ବ୍ୟବସାୟ କରିବାକୁ ଯେଉଁ ଦେଶ ଅନୁମତି ଦେଇଛନ୍ତି, ସେହି ଦେଶର ଲ’ ଫାର୍ମକୁ ଏଠାରେ ଅଫିସ ଖୋଲିବାକୁ ସୁଯୋଗ ପ୍ରଦାନ କରାଯିବ ବୋଲି ବାର୍ କାଉନସିଲ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।